ଭାରତ ବନ୍ଦର ଦ୍ୱିତୀୟ ଦିନ : ଭାରତ ବନ୍ଦ ବେଳେ ପିକେଟିଂ କରି ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

109

କନକ ବ୍ୟୁରୋ : ଭାରତ ବନ୍ଦର ଦ୍ୱିତୀୟ ଦିନରେ ଜୋରଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଗତକାଲି ଆନ୍ଦୋଳନକାରୀଙ୍କ ଭୟରେ ସକାଳୁ ବନ୍ଦ ଥିଲା ବିଭିନ୍ନ ପେଟ୍ରୋଲ ପମ୍ପ । ପରେ କିନ୍ତୁ ପେଟ୍ରୋଲ ପମ୍ପଗୁଡ଼ିକୁ  ଖୋଲି ଦିଆଯାଇଥିଲା । ଆଜି ସାକଳୁ ପେଟ୍ରୋଲ ପମ୍ପ ଗୁଡ଼ିକ ଖୋଲା ଥିବା ବେଳେ ଆନ୍ଦୋଳନକାରୀ ପିକେଟିଂ କରି ଏହାକୁ ବନ୍ଦ କରୁଥିବା ଦେଖାଯାଉଛି । କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ୍ ଡାକରାରର ଆଜି ହେଉଛି ଦ୍ୱିତୀୟ ଦିନ ।

ପ୍ରଥମ ଦିନର ବନ୍ଦ ଡାକରା ବେଳେ ବିଶେଷ କିଛି ପ୍ରଭାବ ପଡ଼ି ନଥିଲା  । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ରହିଥିଲା । ୨ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ । ହେଲେ ଭାରନ୍ଦ ବନ୍ଦରେ ସାମିଲ ହୋଇନାହିଁ ଉତ୍କଳ ପେଟ୍ରୋଲିୟମ ସଂଘ । କିନ୍ତୁ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଆଗରେ ଜୋରଦାର ଆନ୍ଦୋଳନ କରୁଛନ୍ତି ବିଭିନ୍ନ ଟେଡ୍ର ୟୁନିଅନ ସଂସ୍ଥାର ସଦସ୍ୟ ।