ଖରା ଯୋଗୁଁ ଶରୀରରୁ ଦୁର୍ଗନ୍ଧ ବାହାରୁଛି? ଘରୋଇ ଉପାୟରେ ଫ୍ରେସ୍ ରୁହନ୍ତୁ

328

କନକ ବ୍ୟୁରୋ: ଖରାଦିନେ ସାଧାରଣତଃ ଝାଳ ବୋହି ଶରୀରରୁ ଦୁର୍ଗନ୍ଧ ବାହାରିଥାଏ । ଏଥିପାଇଁ ମହିଳାମାନଙ୍କ ସୌନ୍ଦର୍ଯ୍ୟ ମଧ୍ୟ ଫିକା ପଡିଯାଏ । ତେବେ ବିଭିନ୍ନ ଘରୋଇ ଉପାୟରେ ଝାଳର ଗନ୍ଧ ଦୂରକରି କିଭଳି ଫ୍ରେଶ୍ ଅନୁଭବ କରିବେ ଜାଣନ୍ତୁ… ।

ଆଳୁକୁ ପତଳା ପତଳା କରି କାଟି କିଛି ସମୟ ପର୍ଯ୍ୟନ୍ତ ଅଣ୍ଡରଆର୍ମ କିମ୍ବା ଅଧିକ ଝାଳ ହେଉଥିବା ସ୍ଥାନରେ ଘଷନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ଝାଳର ଗନ୍ଧ କମ୍ ହୋଇଯିବ ।
ଟମାଟୋ ରସରେ କିଛି ଲେମ୍ବୁରସ ମିଶାଇ ଝାଳ ବାହାରୁଥିବା ସ୍ଥାନରେ ଲଗାଇଲେ ଗନ୍ଧ ଦୂର ହୋଇଯାଏ ।

ନଡିଆତେଲକୁ ୧୫ ମିନିଟ ପର୍ଯ୍ୟନ୍ତ ଭଲଭାବେ ମସାଜ କରନ୍ତୁ । ଏହାପରେ ପାଣିରେ ଧୋଇଦିଅନ୍ତୁ ।

ଝାଳର ଗନ୍ଧ ଦୂରକରିବା ପାଇଁ ଆଲୋଭେରା ଜେଲକୁ ଅଣ୍ଡରଆର୍ମ ସହିତ ଝାଳ ହେଉଥିବା ସ୍ଥାନରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଧୋଇଦିଅନ୍ତୁ ।

ବେକିଂ ସୋଡାରେ ଲେମ୍ବୁରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଝାଳ ଗନ୍ଧ ଦୂର ହୋଇଯିବ ।

ଆପଲ ସିଡାର ଭିନେଗାରକୁ ପାଣିରେ ମିଶାଇ ଏହି ମିଶ୍ରଣକୁ ଗନ୍ଧ ବାହାରୁଥିବା ସ୍ଥାନରୁ ମସାଜ କରନ୍ତୁ । ଦେଖିବେ ଲଗାତାର ଏପରି କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ ।

ଦିନକୁ ୨ଥର ଆଣ୍ଡିବ୍ୟାକ୍ଟେରିଆଲ ସାବୁନ ଲଗାଇ ସ୍ନାନ କରନ୍ତୁ । ତ୍ୱଚାରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଝାଳ ଗନ୍ଧ କମ୍ ହୋଇଥାଏ । ଖରାଦିନେ ସୂତା ଭଳି ନରମ କପଡାର ପୋଷାକ ପିନ୍ଧନ୍ତୁ । ଫଳରେ ଝାଳ କପଡାରେ ଲାଗି ଶୀଘ୍ର ଶୁଖିଯିବ ଏବଂ ଗନ୍ଧ କମ୍ ହେବ ।

ଖରାଦିନେ ମସଲାଯୁକ୍ତ ଖାଦ୍ୟ, ଚିନି, ଆଲକହଲ କିମ୍ବା ସିଗାରେଟ ନିଅନ୍ତୁ ନାହିଁ । ଏସବୁ ଖାଦ୍ୟ ଶରୀରରେ ଦୁର୍ଗନ୍ଧ ସୃଷ୍ଟି କରିଥାଏ । ତୁଳସୀ ଓ ନିମ୍ବପତ୍ରକୁ ବାଟି ସେଥିରେ ପେଷ୍ଟ ତିଆରି କରନ୍ତୁ । ଖରାଦିନେ ଏହି ପେଷ୍ଟକୁ ଗାଧୋଇବା ପୂର୍ବରୁଲଗାଇ ଶୁଖିବା ପରେ ସ୍ନାନ କରନ୍ତୁ ।