ଆମେରିକାରେ ଉଦଘାଟନ ହେଲା ବିଶାଳ ଅକ୍ଷରଧାମ ମନ୍ଦିର । ଅତି ଚମତ୍କାର ୧୮୫ ଏକର ଜାଗାରେ ପ୍ରସ୍ତୁତ ମନ୍ଦିରର କଳାକୃତି ।

250

କନକ ବ୍ୟୁରୋ: ଆମେରିକାର ନ୍ୟୁଜର୍ସିରେ ଉଦଘାଟନ ହୋଇଛି ସବୁଠୁ ବଡ ହିନ୍ଦୁ ମନ୍ଦିର ଅକ୍ଷରଧାମ । ଏହାକୁ ୧୮୫ ଏକର ଜାଗାରେ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିବାରେ ଲାଗିଛି ୧୨ ବର୍ଷ । ମନ୍ଦିର ନିର୍ମାଣ ପଛରେ ରହିଛି ୧୨ , ୫୦୦ ଶ୍ରମିକଙ୍କ ନିଷ୍ଠା । ମନ୍ଦିରରେ ଲାଗିଛି ୨୯ଟି ଦେଶରୁ ଆସିଥିବା ମୂଲ୍ୟବାନ୍ ପଥର ।ଏହି ମନ୍ଦିରକୁ ଭାରତୀୟ ସଂସ୍କୃତି, କଳା ଓ ଆଧ୍ୟାତ୍ମର ସଙ୍ଗମ ବୋଲି କୁହାଯାଉଛି ।

ଆମେରିକାର ସବୁଠୁ ବଡ ହିନ୍ଦୁ ମନ୍ଦିର ବିଏପିଏସ୍ ସ୍ୱାମୀନାରାୟଣ ଅକ୍ଷରଧାମର ଉଦଘାଟନ ହୋଇଯାଇଛି । ଏହା ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଛି । ଏହି ମନ୍ଦିର ସାରା ବିଶ୍ୱର ଲୋକଙ୍କ ପାଇଁ ଏକତା, ଶାନ୍ତି ଓ ସଦଭାବନାର ବାର୍ତ୍ତା ଦେଉଛି । ଭଗବାନ ସ୍ୱାମୀ ନାରାୟଣଙ୍କୁ ସମର୍ପିତ ଏହି ମନ୍ଦିରର ନିର୍ମାଣ ୨୦୧୧ରେ ଆରମ୍ଭ ହୋଇ ୨୦୨୩ରେ ଶେଷ ହୋଇଛି । ଏଠାରେ କଳାର ଚରମ ଉକ୍ରର୍ଷ ଦେଖିବାକୁ ମିଳିଛି ।

ନ୍ୟୁଜର୍ସିର ଏହି ବିଶାଳ ହିନ୍ଦୁ ମନ୍ଦିର ମହାମନ୍ଦିର ପରମ୍ପରା ଅନ୍ତର୍ନିହିତ ଏବଂ ଏହା ନୂତନତାର ପ୍ରମାଣ । ମନ୍ଦିରର ଆଧାର ସମ୍ଭରେ ଉଲ୍ଲେଖ ରହିଛି ଶ୍ରୀରାମ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନୀ, ବେଦ ଉପନିଷଦ ଅମୃତ ବାଣୀ ।