ଇନ୍ଦୋର ପୁଣି ଦେଶର ନମ୍ବର ୱାନ୍ ସ୍ମାର୍ଟସିଟି । ସୁରଟ ଦ୍ୱିତୀୟ, ଆଗ୍ରା ତୃତୀୟ ।

906

କନକ ବ୍ୟୁରୋ: ଇଣ୍ଡିଆ ସ୍ମାର୍ଟସିଟି ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ଇନ୍ଦୋର ପୁଣିଥରେ ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟି ହେବାର ଗୌରବ ଅର୍ଜନ କରିଛି । ସେହିପରି ଏଥର ଏହି ଲିଷ୍ଟରେ ସୁରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ, ଆଗ୍ରା ତୃତୀୟ ସ୍ଥାନରେ ରହିଛି ।

ଅନ୍ୟପଟେ ସ୍ମାର୍ଟ ସିଟି ମିଶନ୍ ଲାଗୁ କରିବାରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ହେଇଛି ମଧ୍ୟପ୍ରଦେଶ । ଏହା ପଛକୁ ଏହି ଲିଷ୍ଟରେ ତାମିଲନାଡୁ ଯଥାକ୍ରମେ ଦ୍ୱିତୀୟ ଏବଂ ରାଜସ୍ଥାନ ଓ ଉତ୍ତପ୍ରଦେଶ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ସେପଟେ ଦେଶର ଶ୍ରେଷ୍ଠ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଚଣ୍ଡୀଗଡ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।

ଦେଶର ୧୦୦ଟି ସ୍ମାର୍ଟ ସିଟି ଭିତରୁ ଇନ୍ଦୋର ଏଥର ବି ପ୍ରଥମ ସ୍ଥାନ ଗ୍ରହଣ କରିଛି । ସ୍ୱଚ୍ଛତା ସର୍ବେକ୍ଷଣରେ ଇନ୍ଦୋରର ଜଲୱା ଏଥର ମଧ୍ୟ ଦେଖିବାକୁ ମିଳିଛି । ଗତବର୍ଷ ଅକ୍ଟୋବରରେ ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ମଧ୍ୟ ଇନ୍ଦୋର ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା । ସୂଚନାଯୋଗ୍ୟ ଯେ, ସମସ୍ତ ବିଭାଗରେ ବିଜେତାମାନଙ୍କୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ ।