ରାଉଜ ଆଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି, ୧୫ ହଜାର ମୁଚାଲିକାରେ ମିଳିଲା ଜାମିନ୍ ।

140

କନକ ବ୍ୟୁରୋ: ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିବା ପେରେ ଆଜି କୋର୍ଟରେ ହାଜର ହୋଇଥିଲେ । ଏହାପରେ ତାଙ୍କୁ ଆଶ୍ୱସ୍ତି ମଧ୍ୟ ମିଳିଛି । ୧୫ ହଜାର ଟଙ୍କା ମୁଚାଲିକାରେ କେଜ୍ର୍ରିୱାଲଙ୍କ ଜାମିନ ମଂଜୁର କରିଛନ୍ତି କୋର୍ଟ ।

ଅବକାରୀ ଦୁର୍ନୀତି ତଥା ମନି ଲଣ୍ଡ୍ରିଙ୍ଗ ମାମଲାର ଯାଂଚ କରୁଥିବା ଇଡି ପୂର୍ବରୁ ଅନେକ ଥର କେଜ୍ରିୱାଲଙ୍କୁ ନୋଟିସ କରିବା ପରେ ବି ହାଜର ହୋଇନଥିଲେ କେଜ୍ରିୱାଲ । ଏହାପରେ ଶୁକ୍ରବାର ତାଙ୍କୁ ସମନ ହୋଇଥିଲା,ଯାହାକୁ ଚ୍ୟାଲେଂଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ, ଯାହାକୁ କୋର୍ଟ ମଂଜୁରୀ ଦେଇଛନ୍ତି ।