ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସରକାରଙ୍କ ତରଫରୁ ଜାରି ହେଲା ବିଜ୍ଞପ୍ତି ।

526

କନକ ବ୍ୟୁରୋ : କଟକ , ଭୁବନେଶ୍ବର ସମେତ ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ଜୁଲାଇ ୪ ତାରିଖରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସେହିପରି ପୂର୍ବ ସରକାର ସମୟରେ ହୋଇଥିବା ସମସ୍ତ ରାଜନୀତିକ ନିଯୁକ୍ତି ରଦ୍ଦ କରାଯାଇଛି । ଏଣିକି ଭୁବନେଶ୍ବର ଉନ୍ନୟନ ପ୍ରାଧିକରଣ, କଟକ ଉନ୍ନୟନ ପ୍ରାଧିକରଣ ବା ସିଡିଏ, ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ, ସମ୍ୱଲପୁର ଉନ୍ନୟନ ପ୍ରାଧିକରଣ, ରାଉରକେଲା ଉନ୍ନୟନ ପ୍ରାଧିକରଣ, ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣ, ପାରାଦୀପ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାମ କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।