ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ତତ୍ପର ବନ ବିଭାଗ । କୋକସରା ସାହଜଖୋଲ ଜଙ୍ଗଲରୁ ୬ଟି ଦେଶୀ ବନ୍ଧୁକ ଜବତ । ଜଣେ ଅଭିଯୁକ୍ତ ଗିରଫ

190

କନକ ବ୍ୟୁରୋ : କଳାହାଣ୍ଡି କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଚଢାଉ । ଛତିଶଗଡ ଏସଟିଏଫ ଟିମ୍ ଓ କଳାହାଣ୍ଡି ବନବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି । ବେଆଇନ୍ ଭାବେ ଦେଶୀ ବନ୍ଧୁକ ରଖି ବନ୍ୟ ଜନ୍ତୁ ଶିକାର କରୁଥିବା ଅଭିଯୋଗ ପରେ ଏହି ଚଢାଉ କରାଯାଇଛି । ତେବେ ଚଢାଉ ସମୟରେ ୬ଟି ଦେଶୀ ବନ୍ଧୁକ ସହ ଶିକାର ହୋଇଥିବା ଜୀବର ଅବଶେଷ ଉଦ୍ଧାର କରାଯାଇଛି ।

ଘଟଣାରେ ସମ୍ପୃକ୍ତି ନେଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ତେବେ କିଛି ଦିନ ତଳେ ମଙ୍ଗଳପୁର ଗାଁରେ ବେଆଇନ୍ ବନ୍ଧୁକ ତିଆରି କରାଯାଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା ।