କାକଟପୁରରେ କଣ ହେବ ସ୍ଥିତ.ବିଜେଡି-ବିଜେପି ଲଢେଇରୁ ଫାଇଦା ନେବେ କି କଂଗ୍ରେସ ପ୍ରାର୍ଥୀ ।

184

କନକବ୍ୟୁରୋ:ପୁରୀ ଜିଲ୍ଲାର କାକଟପୁର ସଂରକ୍ଷିତ ବିଧାନସଭା ଆସନରେ ହେବ ବଡ ଲଢେଇ । ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳିରେ ଏଥର ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ପାଇଁ ଅଗ୍ନି ପରୀକ୍ଷା । କାରଣ ବିଜେଡି ଟିକେଟ୍ ଆଶାୟୀ ପୂର୍ବତନ ବିଧାୟକ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଏହଂ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି । ତେଣୁ ବିଜେଡି ଗଡରେ ଏଥର ପରିବର୍ତନର ସ୍ୱର ଶୁଣିବାକୁ ମିଳିବ ବୋଲି ଆଶା କରାଯାଉଛି । ସେପଟେ ବିଜେଡି-ବିଜେପି ଲଢେଇରୁ ଫାଇଦା ଉଠାଇବା ପାଇଁ ସଂଗଠନ ସଜାଡୁଛନ୍ତି କଂଗ୍ରେସ ପ୍ରାର୍ଥୀ ।