କଳିଙ୍ଗ ଷ୍ଟାଡିୟମରେ ପାଳିତ ହେଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅଲିମ୍ପିଆନ କେ. ରବି କୁମାର ଓ ମହିଳା ଆଥଲେଟ୍ ଶ୍ରାବଣୀ ନନ୍ଦ ।

68

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ମୁଖ୍ୟ ଅତିଥି ଭାବେ ଅଲିମ୍ପିଆନ କେ. ରବି କୁମାର ଓ ମହିଳା ଆଥଲେଟ୍ ଶ୍ରାବଣୀ ନନ୍ଦ ଯୋଗ ଦେଇଥିଲେ। ସେହିପରି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଓ ଏନ୍ ଜଗନ୍ନାଥ ଦାସ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଅଲିମ୍ପିଆନ୍ କେ. ରବି କୁମାର କହିଥିଲେ ଯେ ଜଣେ କ୍ରୀଡ଼ାବିତଙ୍କ ସଫଳତାର ତଥ୍ୟ ସମସ୍ତଙ୍କ ପାଖରେ ଥାଏ କିନ୍ତୁ ତାଙ୍କ ସଂଘର୍ଷର କାହାଣୀ ଜଣେ ସାମ୍ବାଦିକଙ୍କ ହିଁ ଲୋକଙ୍କ ସାମ୍ନାକୁ ଆଣିଥାନ୍ତି । ଏହା ସହ ନୂଆ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ଭୂମିକା ବହନ କରିଥାନ୍ତି ଜଣେ କ୍ରୀଡ଼ା ସାମ୍ବାଦିକ ।