କନକବ୍ୟୁରୋ: ଯେଉଁ ମୁହୂର୍ତ୍ତକୁ ପୂରା ଦେଶବାସୀ ଅପେକ୍ଷା କରିଥିଲେ, ତା’ର ପ୍ରତୀକ୍ଷା ଘଟିଛି। ବିଶ୍ବବିଜେତା ହେବାର ପ୍ରାୟ ୫ ଦିନ ପରେ ଟିମ୍ ଇଣ୍ଡିଆର ହୋଇଛି ଘରବାହୁଡ଼ା। ୧୩ ବର୍ଷ ପରେ ବିଶ୍ବକପ୍ ଜିତିଥିବା ଟିମ୍ ଇଣ୍ଡିଆର ଏହି ସଫଳତାର ମୁକସାଖୀ ହୋଇଛନ୍ତି ୧୪୦ କୋଟି ଦେଶବାସୀ। ଆଜି ଯେତେବେଳେ ଚାମ୍ପିୟନ୍ ଖେଳାଳିମାନେ ନିଜ ଦେଶରେ ପାଦ ଦେଇଛନ୍ତି, ସେତେବେଳେ ସେମାନଙ୍କୁ ମିଳିଛି ବିପୁଳ ସମ୍ମାନ। ଆଉ କିଛି ସମୟ ପରେ ମୁମ୍ବାଇରେ ହେବ ଟିମ ଇଣ୍ଡିଆର ଭିକ୍ଟ୍ରୀ ପରେଡ। ନୀଳ ରଙ୍ଗର ସ୍ବତନ୍ତ୍ର ବସରେ ପୂରା ସହର ପରିକ୍ରମା କରିବେ ଖେଳାଳି। ଖେଳାଳିଙ୍କ ସହ କୋଚ୍ ରାହୁଲ ଦ୍ରାବିଡ ଓ ଅନ୍ୟ ସପୋର୍ଟ ଷ୍ଟାଫ ମଧ୍ୟ ଉପସ୍ଥିତ ରହିବେ ।

Advertisment

ଖେଳାଳିଙ୍କ ଟିକିଏ ଝଲକ ପାଇଁ ମୁମ୍ବାଇର ରାଜରାସ୍ତାରେ ଜମିଛି ଫ୍ୟାନଙ୍କ ଭିଡ଼। ନିଜ ନିଜ ପସନ୍ଦ ଖେଳାଳିଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଫ୍ୟାନଙ୍କ ପାଇଁ ଏହା କୌଣସି ଏକ ବଡ଼ ମୁହୂର୍ତ୍ତଠାରୁ କମ୍ ନୁହେଁ। ଏପରିକି ପୂରା ଟିମ୍ ମଧ୍ୟ ଏଭଳି ସମ୍ମାନ ପାଇ ଗଦଗଦ ହୋଇପଡ଼ିଛନ୍ତି। ବିଶ୍ବ ବିଜେତା ଟିମ୍ ଆଜି ସକାଳେ ଦିଲ୍ଲୀରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଟି-୨୦ ୱାର୍ଲଡ କପରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଶୁଭେଛା ଜଣାଇଛନ୍ତି। ବାର୍ବାଡୋସରୁ ଦିଲ୍ଲୀକୁ ସ୍ବତନ୍ତ୍ର ବିମାନରେ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିବା ସହ ମୋଦିଙ୍କ ସହ ବ୍ରେକଫାଷ୍ଟ କରିଥିଲେ ଭାରତୀୟ ଟିମର ସଦସ୍ୟ।