ଆନ୍ଦୋଳନରେ ଉଠୁଛି ପଡୁଛି ହଲିଉଡ । ଲେଖକଙ୍କ ଆନ୍ଦୋଳନରେ ସାମିଲ ହେଲେ କଳାକାର

178

କନକ ବ୍ୟୁରୋ : ହଲିଉଡରେ ହଲଚଲ । ୬୩ବର୍ଷ ପରେ ହଲିଉଡ ଉପରକୁ ମାଡ଼ି ଆସିଛି ବଡ ବିପଦ । ଯେଉଁଠି ସ୍ଥାନୀୟ କଳାକାରଙ୍କୁ ନେଇ ସବୁବେଳେ ଚଳଚଂଚଳ ରହିଥାଏ ସେଠି ଏବେ ଶୁଭୁଛି ପ୍ରତିବାଦ ଓ ଦାବି ପୂରଣ ପାଇଁ ସ୍ଲୋଗାନ । ଦୁଇଟି ଦାବି ପୂରଣ ପାଇଁ ଚାଲିଛି ପ୍ରଦର୍ଶନ । ବେଶ କିଛି ଦିନ ହେବ ହଲିଉଡର ନାଁ କରା ଲେଖକ ଆନ୍ଦୋଳନକୁ ଓହ୍ଲାଇଥିଲେ । କମ ପାରିଶ୍ରମିକକୁ ବିରୋଧ କରି ଆସୁଛନ୍ତି କଳାକାର । ସେପଟେ ଆଟିଫିସିଆଲ ଇଂଟେଲିଜେନ୍ସକୁ ହଲିଉଡର ଏଟ୍ର୍ରିଂକୁ ମଧ୍ୟ ସେମାନେ ବିରୋଧ କରୁଛନ୍ତି । ତେବେ ଲେଖକଙ୍କୁ ସମର୍ଥନ ଜଣାଇ ହଲିଉଡ କଳାକାରମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

୧୬ହଜାର କଳାକାରଙ୍କ ପ୍ରତିନିଧିତ୍ୱ କରୁଥିବା ସ୍କ୍ରିନ ଆକ୍ଟସ ଗିଲଡ କହିଛି ପ୍ରଯୋଜନା ସଂସ୍ଥା ଓ ନିର୍ମାତାଙ୍କ ସହ ଆଲୋଚନା ବିଫଳ ହୋଇଛି । ତେଣୁ ଆଗକୁ ଅଧିକ ଉଗ୍ର ହେବ ଆନ୍ଦୋଳନ ଓ ହଲିଉଡକୁ ମଧ୍ୟ ବଡ କ୍ଷତି ସହିବାକୁ ପଡିପାରେ ।

୬୩ବର୍ଷ ପରେ ପ୍ରଥମ ଥର ପାଇଁ ହଲିଉଡ ଠପ ହେବା ଦ୍ୱାରା କେବଳ ଆମେରିକା ନୁହେଁ ଅନ୍ୟ ଦେଶ ମନୋରଞ୍ଜନଧର୍ମୀ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକି ରହିଛି । ହଲିଉଡ ସର୍ବବୃହତ ସିନେ ସଂଘ ଏସଏଜି-ଏଏଫଟିଆରଏ ଓ ରାଇଟର୍ସ ଗିଲ୍ଡ ଅଫ ଆମେରିକାର ନେତୃତ୍ୱରେ ଚାଲିଛି ଆନ୍ଦୋଳନ । ୧୧ ସପ୍ତାହ ଧରି ହଲିଉଡ ଲେଖକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଳାକାରଙ୍କ ସମର୍ଥନ ମିଳିବା ପରେ ଆନ୍ଦୋଳନ ତେଜୁଛି । ଏବେ ଦେଖିବାକୁ ବାକି ରହିଲା ଆନ୍ଦୋଳନକୁ ରୋକିବା ପାଇଁ ହଲିଉଡ ନିର୍ମାତାଙ୍କ ଆଭିମୁଖ୍ୟ କଣ ରହିବ?