ମତଦାନ କେନ୍ଦ୍ର ଆଗରେ ପୁଲିସର ଲାଠିଚାର୍ଜ : ଭୋଟରଙ୍କୁ ପୁଲିସ ଗୋଡାଇ ଗୋଡାଇ ପିଟିବା ସହ ବିଜେପି ପ୍ରାର୍ଥୀଙ୍କୁ ମାଡ ମାରିଥିବା ଅଭିଯୋଗ

207

କନକ ବ୍ୟୁରୋ : ମତଦାନ କେନ୍ଦ୍ର ଆଗରେ ପୁଲିସର ଲାଠିଚାର୍ଜ । ଭୋଟରଙ୍କୁ ପୁଲିସ ଗୋଡାଇ ଗୋଡାଇ ପିଟିବା ସହ ବିଜେପି ପ୍ରାର୍ଥୀଙ୍କୁ ମାଡ ମାରିଥିବା ଅଭିଯୋଗ । ପଶ୍ଚିମବଙ୍ଗ ପୋଟାସପୁର ଖାଡ ପଞ୍ଚାୟତ ରତନପୁର ବୁଥରେ ଘଟିଛି ଏଭଳି ଘଟଣା । ବୁଥରୁ ବାଲଟବକ୍ସ ମଧ୍ୟ ଚୋରି ହୋଇଥିବା ଅଭିଯୋଗ । ଟିଏମସି କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛି ବିଜେପି । ସକାଳୁ ମତଦାନ ଆରମ୍ଭରୁ ଟିଏମସି କର୍ମୀମାନେ ଗଣ୍ଡଗୋଳ ଆରମ୍ଭ କରିଥିଲେ । ବୁଥ୍ ଦଖଲ ଉଦ୍ୟମ କରିବା ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଟାସପୁର ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ ଆରମ୍ଭ କରିଥିଲା ।