ବ୍ରିଟେନରେ ଚାଲିଛି ସାଧାରଣ ନିର୍ବାଚନ ପାଇଁ ମତଦାନ: ଶୁକ୍ରବାର ଆସିବ ଜନାଦେଶ, ଆଗରେ ଅଛି ଲେବର ପାର୍ଟି

104

କନକ ବ୍ୟୁରୋ: ୟୁନାଇଟେଡ୍ କିଙ୍ଗଡମରେ ଗଣତନ୍ତ୍ରର ମହାପର୍ବ । ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୧୪ ବର୍ଷର ଲେବର ପାର୍ଟି ସରକାର ଓ ମୁଖ୍ୟ ବିରୋଧୀ ଦଳ କଂଜରଭେଟିଭ୍ ପାର୍ଟି ମଧ୍ୟରେ ହେଉଛି ଲଢେଇ । ମୋଟ୍ ୬୫୦ ଆସନ ବିଶିଷ୍ଟି ହାଉସ୍ ଅଫ୍ କମନ୍ସ ପାଇଁ ଚାଲିଛି ଭୋଟିଂ । ସାରା ଦେଶରେ ୪୦ ହଜାରରୁ ଅଧିକ ପୋଲିଂ ବୁଥ୍ କରାଯାଇଛି। ସୁନକଙ୍କ ପାଇଁ ଏହି ନିର୍ବାଚନ ଅଗ୍ନୀ ପରୀକ୍ଷା ହେବାକୁ ଯାଉଛି ।

ୟୁକେରେ ୬୫୦ ଆସନ ବିଶିଷ୍ଟି ହାଉସ୍ ଅଫ୍ କମନ୍ସ ପାଇଁ ମତଦାନ ଚାଲିଛି । ସାରା ଦେଶରେ ୪୦ ହଜାରରୁ ଅଧିକ ପୋଲିଂ ବୁଥ୍ କରାଯାଇଛି। ମ୍ୟଜିକ ନମ୍ବର ହେଉଛି ୩୨୬ । ଓପିନିୟନ ପୋଲ୍ ଅନୁସାରେ ଏଥର କନଜରଭେଟିଭ ପାର୍ଟିର ଶାସନ ଶେଷ ହେବ ଏବଂ କ୍ଷମତାକୁ ଫେରିବ ଲେବର ପାର୍ଟି। ଏବେ କନଜରଭେଟିଭ ପାର୍ଟି କ୍ଷମତାରେ ଅଛି । ଭାରତର ଜ୍ୱାଇଁ ରିଷି ସୁନକ ପ୍ରଧାନମନ୍ତ୍ରୀ ଅଛନ୍ତି। କିନ୍ତୁ ଏଥର କିର୍ ଷ୍ଟାରମରଙ୍କ ନେତୃତ୍ବରେ ଲେବର୍ ପାର୍ଟି ଜିତିବ ବୋଲି କୁହାଯାଉଛି। ଏପରିକି ଏହି ଦଳର ଏକତରଫା ବିଜୟ ହେବ ବୋଲି କୁହାଯାଉଛି। ୨୦୧୯ ନିର୍ବାଚନରେ ବୋରିସ ଜନସନଙ୍କ ନେତୃତ୍ବରେ ‘କଞ୍ଜରଭେଟିଭ ପାର୍ଟି’ ୩୬୫ ଆସନ ଜିତି ଶାସନ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା । ‘ଲେବର ପାର୍ଟି’ ୨୦୨ ଆସନ ସହ ବିରୋଧୀ ଦଳ ଭୂମିକାରେ ରହିଥିଲା । ଚଳିତ ନିର୍ବାଚନରେ ମୈଦାନରେ ମୋଟ ୪,୫୧୫ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ ପ୍ରତିଶତ ମହିଳା ରହିଛନ୍ତି । ସେହିପରି ୪୫୯ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ବ୍ରିଟେନ ସାଧାରଣ ନିର୍ବାଚନରେ ଏଥରର ମୁଖ୍ୟ ପ୍ରସଙ୍ଗ ରହିଛି- ଅର୍ଥନୀତି, ଟିକସ, ପ୍ରବାସୀ ପରି । ଦୁଇ ପ୍ରମୁଖ ଲେବର ପାର୍ଟି ଓ କନଜରଭେଟିଭ ପାର୍ଟିକୁ ଛାଡ଼ି ନିର୍ବାଚନ ଲଢୁଥିବା ଅନ୍ୟ ଦଳଗୁଡ଼ିକ ହେଲେ ସ୍କଟିସ୍ ନ୍ୟାସନାଲ ପାର୍ଟି, ଡେମୋକ୍ରାଟିକ ୟୁନିୟନିଷ୍ଟ ପାର୍ଟି ଓ ଲିବେରାଲ ଡେମୋକ୍ରାଟ୍ସ, । ନିର୍ବାଚନରେ ଯଦି ସରକାର ପରିବର୍ତ୍ତନ ହୁଏ, ତେବେ ଭାରତ ଓ ବ୍ରିଟେନ ସଂପର୍କରେ ପ୍ରଭାବ ପଡ଼ିପାରେ। ଭାରତର ଜ୍ୱାଇଁ ରିଷି ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଦୁଇ ଦେଶର ସମ୍ପର୍କ ମଜବୁତ ହୋଇଥିଲା। ଭାରତୀୟଙ୍କ ପାଇଁ ଭିସା କଟକଣା ହଟାଇବା ପରି ନିଷ୍ପତ୍ତି ହେଉ ଅବା ମୁକ୍ତ ବାଣିଜ୍ୟ ନେଇ ଆଲୋଚନା । ସବୁଥିରେ ଦ୍ବିପାକ୍ଷିକ ଆଲୋଚନା ଲଗାତାର ହେଉଥିଲା । ରିଷି ସୁନକ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ଥର ଭାରତ ଗସ୍ତ କରିଛନ୍ତି । ଏବେ ଯଦି ସରକାର ପରିବର୍ତନ ହୁଏ ତେବେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ପାଇଁ ଦୁଇ ବର୍ଷ ହେଲା କଥାବାର୍ତ୍ତା ଚାଲିଛି। ଏହା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି।