ଦିଲ୍ଲୀ ଟିମରେ ସ୍ଥାନ ପାଇଲେ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର, ବିଜୟ ମର୍ଚେଣ୍ଟ ଟ୍ରଫି ପାଇଁ ମନୋନୀତ

1,055

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଦିଲ୍ଲୀ ଟିମରେ ସାମିଲ କରାଯାଇଛି । ଆର୍ଯ୍ୟବୀରଙ୍କୁ ବିଜୟ ମାର୍ଚେଣ୍ଟ ଟ୍ରଫିର ଅଣ୍ଡର-୧୬ ଟିମରେ ସାମିଲ କରାଯାଇଛି । ଆର୍ଯ୍ୟବୀର ଜଣେ ବ୍ୟାଟ୍ସମ୍ୟାନ ଓ ସେ ତାଙ୍କ ବାପାଙ୍କ ଭଳି ସର୍ଟ ମାରିବାରେ ସିଦ୍ଧହସ୍ତ । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଆର୍ଯ୍ୟବୀର ଦମଦାର ବ୍ୟାଟିଂ କରୁଛନ୍ତି ।

ସୂଚନା ଥାଉକି ବିଜୟ ମାର୍ଚେଣ୍ଟ ଟ୍ରଫି ଦିଲ୍ଲୀ ଓ ବିହାର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆର୍ଯ୍ୟବୀରଙ୍କୁ ସ୍ଥାନ ମିଳିନଥିଲା । ସେ ପ୍ଲେଇଙ୍ଗ ୧୧ ରେ ସ୍ଥାନ ପାଇ ନଥିଲେ । ହେଲେ ଦିଲ୍ଲୀ ଟିମ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସାର୍ଥକ ୧୦୪ ବଲରୁ ୧୨୮ ରନର ଏକ ଭଲ ପାରି ଖେଳିଥିଲେ ।

 

କେବଳ ସେହ୍ୱାଗଙ୍କ ପୁଅ ନୁହେଁ ଏହା ପୂର୍ବରୁ ଅନେକ ପୂର୍ବତନ କ୍ରିକେଟରଙ୍କ ପୁଅମାନେ ମଧ୍ୟ କ୍ରିକେଟରେ ସେମାନଙ୍କର ଭାଗ୍ୟ ପରୀକ୍ଷା କରିଛନ୍ତି । ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବେ ଗୋଆ ଟିମ୍ ପାଇଁ ଖେଳୁଛନ୍ତି । ଏହାସହ ସଂଜୟ ବାଙ୍ଗର, ନୟନ ମୋଙ୍ଗିଆ, ଓ ରାହୁଲ ଦ୍ରାବିଡଙ୍କ ପୁଅ ମଧ୍ୟ କ୍ରିକେଟ ଖେଳୁଛନ୍ତି ।