ଉତ୍କଳ ହସ୍ପିଟାଲରେ ନ୍ୟାସନାଲ ଡକ୍ଟରର୍ସ ଡେ ପାଳନ ।

248

କନକବ୍ୟୁରୋ: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ଘରୋଇ ସୁପର ମଲ୍ଟିସ୍ପେସିଆଲଟି ଉତ୍କଳ ହସ୍ପିଟାଲରେ ଡକ୍ଟର ଡେ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍କଳ ହସ୍ପିଟାଲ ର ଏମଡି ଡ଼ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ ହସ୍ପିଟାଲ ଡାଇରେକ୍ଟର ମେଡିକାଲ ସର୍ଭିସେସ ଡ଼ ରଞ୍ଜନ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ଉତ୍କଳ ହସ୍ପିଟାଲର ଏମଡ଼ି ପ୍ରଜ୍ଞାନ ରଞ୍ଜନ ଘଡେଇ କହିଥିଲେ ଯେ ଆମର ଡାକ୍ତର ମାନେ ହେଲେ ଅଭିଜ୍ଞ ଓ ଉତ୍ସର୍ଗିକୃତ ଓ ଡାଇରେକ୍ଟର ମେଡିକାଲ୍ ସର୍ଭିସେସ,ଡ଼ ରଞ୍ଜନ କୁମାର ମହାପାତ୍ର ମଧ୍ୟ ନିଜର ବକ୍ତବ୍ୟରେ କହିଥିଲେ ଯେ ଡାକ୍ତର ମାନେ ବିନା ପୁରଷ୍କାର କିମ୍ୱା ଆର୍ଥିକ ଲାଳସା ନରଖି ରୋଗୀସେବା କରିବା ଉଚିତ । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ସମସ୍ତ ବରିଷ୍ଟ ଡାକ୍ତର ଏବଂ ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ରହିଥିଲେ ଓ ଏହି ଅବସରରେ ଡାକ୍ତର ମାନଙ୍କୁ ଉତ୍ସାହ କରାଯାଇଥିଲା । ଏଥିସହ ଉକ୍ତ କାର୍ଯ୍ୟକ୍ରମରେ କେକ କଟାଯାଇଥିଲା ।