ମଝି ଆକାଶରେ ବେହୋସ ହୋଇଗଲେ ପାଇଲଟ୍ । ଆଉ ତା’ପରେ ଘଟିଲା କିଛି ଏହିପରି ଘଟଣା…

640

କନକ ବ୍ୟୁରୋ : ଥରେ ଭାବିଲେ ଦେଖି, ଆପଣ ବିମାନରେ ଯାତ୍ରା କରୁଥିବେ ଏବଂ ମଝି ଆକାଶରେ ପାଇଲଟର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡିଯିବ ଏବଂ ପାଇଲଟ୍ ଆଉ ବିମାନ ଉଡାଇବା ପରିସ୍ଥିତିରେ ନଥିବେ । ଏଭଳି ପରିସ୍ଥିତିରେ ଯାତ୍ରୀ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରିବା ଛଡା କିଛି କରିପାରିବେ ନାହିଁ । କିନ୍ତୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ବି ବାଃ ବାଃ ନକରି ରହିପାରିବେ ନାହିଁ ।

ଆମେରିକାର ଏକ ବିମାନ ଉଡାଣର ଭରିବାର କିଛି ଘଣ୍ଟା ମଧ୍ୟରେ ମଝି ଆକାଶରେ ପାଇଲଟଙ୍କ ଅଚାନକ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ସେ ଆଉ ବିମାନ ଉଡାଇବା ପରିସ୍ଥିତିରେ ରହିନଥିଲେ । ଆଉ ଏଭଳି ପରିସ୍ଥିତିରେ ଯାତ୍ରୀ ବିମାନକୁ ଲ୍ୟାଣ୍ଡ କରିବା ସହ ପାଇଲଟଙ୍କୁ ଠିକ୍ ସମୟରେ ହସ୍ପିଟାଲ ବି ପହଞ୍ଚାଇଥିଲେ । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା

ପୁଲିସର କରିବା ଅନୁସାରେ, ପ୍ଲେନ୍ ଚଲାଉଥିବା ପାଇଲଟଙ୍କ ବୟସ ୭୯ ବର୍ଷ ଥିଲା । ସେ ପ୍ଲେନ୍ ଚଳାଇବା ସମୟରେ ଅଚାନକ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଫଳରେ ସେ ବେହୋସ ହୋଇଯାଇଥିଲେ । ଯାହାକୁ ନେଇ ସମସ୍ତ ଯାତ୍ରୀ ଭୟଭିତ ହୋଇଯାଇଥିଲେ । କିନ୍ତୁ ଯାତ୍ରୀଙ୍କ ମଧ୍ୟରୁ ଜଣ ଯାତ୍ରୀ ବିମାନ ଉଡାଇଥିଲେ । ଆଉ ସଫଳତାପୂର୍ବକ ବିମାନକୁ ଲ୍ୟାଣ୍ଡ କରିଥିଲେ । ଏହାପରେ ପାଇଲଟ୍ ଏବଂ ବିମାନକୁ ଲ୍ୟାଣ୍ଡ କରିଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତି କରାଯାଇ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା ।