ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ : ମେଡିକାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର

128

କନକ ବ୍ୟୁରୋ : ଭଞ୍ଜନଗର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଛନ୍ତି । ମୃତ କଏଦୀ ହେଉଛନ୍ତି ତନରଡା ଗାଁର ୪୦ ବର୍ଷୀୟ ଚରଣ ବେହେରା । ଏକ ଚୋରି ମାମଲାରେ ୫ ଦିନ ପୂର୍ବରୁ ଗିରଫ କରିଥିଲା ବେଲଗୁଣ୍ଠା ପୋଲିସ । ଶନିବାର ସକାଳୁ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ଜେଲ କର୍ତ୍ତୃପକ୍ଷ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ।

ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ପରିବାର କିନ୍ତୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ମୃତ କଏଦୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ଜେଲରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କ୍ଷତିପୂରଣ ଦାବି କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମୃତ କଏଦୀଙ୍କ ପରିବାର ।