ରୁଷ ଉପରେ ଭାରି ପଡୁଛି ୟୁକ୍ରେନ: କ୍ରେମଲିନର ଦୁଇଟି ବିଶାଳ ଏୟାରବେସ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ

263

କନକ ବ୍ୟୁରୋ: ରୁଷିଆର ସବୁଠାରୁ ସୁରକ୍ଷିତ ଥିବା ଦୁଇ ଏୟାରବେସ୍ ଉପରେ ୟୁକ୍ରେନ୍ କରିଛି ଡ୍ରୋନ ମାଡ । ଏହି ଡ୍ରୋନ୍ ଆକ୍ରମଣରେ ରୁଷିଆର ୨ଟି ଆଣବିକ ବମ୍ପର ମଧ୍ୟ ନଷ୍ଟ ହୋଇଯାଇଛି । ଏହି ଘଟଣା ପରେ ୟୁକ୍ରେନରୁ ଅଧିକ ଆକ୍ରମଣ ହେବାର ଆଶଙ୍କାଦୃଷ୍ଟିରୁ ରୁଷିଆର ଅନ୍ୟ ଏୟାରବେସ ଗୁଡିକୁ ହାଇଆଲର୍ଟ କରାଯାଇଛି । ସେପଟେ ୟୁକ୍ରେନ ଆକ୍ରମଣ ପରେ ରୁଷିଆ ମଧ୍ୟ ପ୍ରତିଶୋଧ ପରାୟଣ ହୋଇଉଠିଛି । ଅନ୍ୟପଟେ ରୁଷିଆ ସେନା ପ୍ରତିଶୋଧ ପରାୟଣ ହୋଇ ୟୁକ୍ରେନର ଓଡେସା, ଚେରକାସି, କ୍ୱିଭ୍ ସହର ସମେତ ଅନେକ ସ୍ଥାନରେ ମିସାଇଲ ମାଡ କରିଛି ।

ରୁଷ- ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ସ୍ଥିତ ଆଡକୁ ଯାଉଛି । ସୋମବାର ରୁଷର ଦୁଇ ବଡ ଏୟାରବେସକୁ ଟାର୍ଗେଟ କରି ଡ୍ର୍ରୋନରେ ଆକ୍ରମଣ କରିଛି ୟୁକ୍ରେନ । ଦୁଇ ଏୟାରବେସ୍ ସେରାଟୋବ ଓ ରିୟାଜାନରେ ଥିବା ଡାୟଗିଲେବୋ ଏୟାରବେସ୍ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଏପରିକି ୟୁକ୍ରେନର ଡ୍ରୋନ୍ ମାଡରେ ରୁଷିଆର ୩ ଜଣ ସୈନ୍ୟ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଥିବା ସୂଚନା ରହିଛି । ୟୁକ୍ରେନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ଦାବି କରିଛି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ।

ପିଟିସି-ରାତିର ଅନ୍ଧକାରରେ ୟୁକ୍ରେନର ଡ୍ରୋନ୍ ରୁଷର ଯୁଦ୍ଧ କ୍ଷେତ୍ରରେ ପଶି ଦୁଇଟି ବଡ ଏୟାରବେସକୁ ଟାଗେର୍ଟ କରି ବଡ ଆକ୍ରମଣ କରିଛି । ଘଟଣାରେ ରୁଷର ୩ ସୈନ୍ୟ ପ୍ରାଣ ହରାଇଛନ୍ତି ଓ ୨ଟି ଆଣବିକ ବମ୍ପର ମଧ୍ୟ ନଷ୍ଟ ହୋଇଯାଇଛି ।

ରୁଷ ଏକଥା ମଧ୍ୟ ଦାବି କରିଛି ଯେ ସୀମା ନିକଟରେ ଥିବା ଅଏଲ ଟ୍ୟାଙ୍କ ଷ୍ଟୋରେଜ ଉପରେ ମଧ୍ୟ ୟୁକ୍ରେନ ଆକ୍ରମଣ କରିଛି । ଆକ୍ରମଣ ଯୋଗୁଁ ବଡ ଧରଣର ଅଗ୍ନିକାଣ୍ଡ ଘଟି ସବୁ ଜଳିପୋଡି ପାଉଁଶ ହୋଇଛି । ଏନେଇ ଇସ୍ରାଏଲର ସାଟେଲାଇଟ ଇମୋଜିଂ କମ୍ପାନୀ ଇମେଜାସଟ ଇଂଟରନ୍ୟାଶନାଲ କିଛି ଫଟୋ ଜାରି କରିଛି । ଏହି ସମସ୍ତ ଘଟଣାକୁ ରୁଷ ଏକ ଆତଙ୍କବାଦୀ ଆକ୍ରମଣର ନାଁ ଦେଇଛି । ୟୁକ୍ରେନ ଯେଉଁଭଳି ଭାବେରେ ମସ୍କୋ ନିକଟରେ ଥିବା ଦୁଇ ଏୟାରବେସ ଉପରେ ଆକ୍ରମଣ କରିଛି ତାକୁ ନେଇ ରକ୍ତଚାଉଳ ଚୋବାଉଛି ଏବେ ରୁଷ ।

ୟୁକ୍ରେନର ଆକ୍ରମଣର ଜବାବ ଦେଇଛି ରୁଷ । ୟୁକ୍ରେନର ୧୭ଟି ସ୍ଥାନରେ ଆକ୍ରମଣ କରିଥିବା ଦାବି କରୁଛି । ଏହା ଯୋଗୁଁ ୟୁକ୍ରେନର ଅଧିକାଂଶ ସ୍ଥାନରେ ବିଜୁଳି ସେବା ବ୍ୟାହତ ହୋଇଛି ।

ଘଟଣା ପରେ ରୁଷ ବି ପ୍ରତିଶୋଧ ପରାଣୟ ହୋଇ ୟୁକ୍ରେନ ଉପରେ ମିସାଇଲ ମାଡ କରିଛି । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ରୁଷ ପକ୍ଷରୁ ୭୦ ମିସାଇଲ ମାଡ ହୋଇଛି । ହେଲେ ୟୁକ୍ରେନ ସୈନ୍ୟ ରୁଷର ୬୦ ମିସାଇଲକୁ ନଷ୍ଟ କରିଦେଇଛନ୍ତି । ରୁଷ ଆକ୍ରମଣରେ କେତେକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଦାବି କରାଯାଇଛି । ପ୍ରାୟ ୧୧ମାସ ହେବ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଦିନକୁ ଦିନ ଏହା ଉଗ୍ର ଓ ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନକୁ କଳେବଳେ କୌଶଳେ ମୁଣ୍ଡ ନୁଅାଁଇବା ପାଇଁ କ୍ରେମଲିନ ଶତ ଚେଷ୍ଟା କରୁଛି । କିନ୍ତୁ ଶକ୍ତିଶାଳୀ ରୁଷ ସାମ୍ନାରେ ଦମ୍ଭର ସହ ଛିଡା ହୋଇଛି ୟୁକ୍ରେନ ।