ଭରା ନଦୀରେ ଭାଙ୍ଗିଲା ରେଳ ବ୍ରିଜ୍ । ପାଣିରେ ବୁଡିଗଲା ଟ୍ରେନର ଏକାଧିକ ବଗି, କେମିକାଲ ମିଶ୍ରଣରେ ନଈ ପାଣି ବିଷାକ୍ତ ।

8,071

କନକ ବ୍ୟୁରୋ: ଆମେରିକା ମୋଣ୍ଟାନା ନଦୀରେ ଭାଙ୍ଗିପଡିଲା ରେଲୱେ ବ୍ରିଜ୍ । ଫଳରେ ଏହା ଉପରେ ଯାଉଥିବା ମାଲବାହୀ ଟ୍ରେନର ଏକାଧିକ ବଗି ପାଣିରେ ଖସିପଡିଛି । ମାଲଗାଡିର ଟ୍ୟାଙ୍କର ଗୁଡିକରେ ଗରମ ଡାମର ଓ ତରଳ ସଲ୍ଫର ଥିବାରୁ ସେସବୁ ନଦୀ ପାଣିରେ ମିଶି ବିଷାକ୍ତ ହୋଇଯାଇଥିବା ଆଶଙ୍କା ରହିଛି । ଫଳରେ ଏହି ନଦୀର ପାଣି ସପ୍ଲାଏ ହେଉଥିବା ଅଞ୍ଚଳ ଗୁଡିକୁ ପାଣି ଯୋଗାଣ ବନ୍ଦ ରହିଥିବା ସୂଚନା ରହିଛି ।

ସୂଚନା ମୁତାବକ, ୱିଲିଙ୍ଗସ୍ ଠାରୁ ପାଖାପାଖି ୪୦ ମାଇଲ ଦୂର ପଶ୍ଚିମରେ କୋଲମ୍ବସ୍ ସହରର ଷ୍ଟିଲୱାଟର କାଉଣ୍ଟିରେ ହୋଇଥିବା ଏହି ରେଳ ଦୁର୍ଘଟଣାରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ରେଳକର୍ମଚାରୀ ଏବଂ ଯେପରି ଅଧିକ କିଛି କ୍ଷୟକ୍ଷତି ନହୁଏ ସେଥିପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।