ସ୍ଥାୟୀ ନିଯୁକ୍ତି ଦାବି : ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ; ଅଭିଯୋଗ, ବାରମ୍ବାର ପ୍ରତିଶ୍ରୁତି ଦେଇ ପୂରଣ କରୁନାହାନ୍ତି ସରକାର

151

କନକ ବ୍ୟୁରୋ : ରାଜଧାନୀରେ ଗର୍ଜିଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି ୧୦ଟି ଦାବି କରିଛନ୍ତି । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆଉଟସୋର୍ସିଂ କର୍ମଚାର ବିଶାଳ ଗଣଧାରଣ ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଏକାଠି ହୋଇଛନ୍ତି ପ୍ରତିବାଦକାରୀ ।

ପୂର୍ବରୁ ସରକାର ତିନିତିନି ଥର ସମାଧାନ ପ୍ରତିଶ୍ରୁତି ଦେଇଥିଲେ ପୂରଣ କରି ନାହାନ୍ତି । ତେଣୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବେ ବୋଲି ପ୍ରତିବାଦକାରୀ କହିଛନ୍ତି । ଓଡିଶା ସରକାରଙ୍କ ୪୨ ବିଭାଗରେ ଥାର୍ଡ ପାର୍ଟି ଜରିଆରେ ମୋଟ ୮୦ ହଜାର କର୍ମଚାରୀ କାମ କରୁଛନ୍ତି । ୧୦ରୁ ୧୮ ବର୍ଷ ହେଲା କାମ କରୁଛନ୍ତି । କିନ୍ତୁୁ ସମାନ କାମ କରୁଥିଲେ ମଧ୍ୟ ଦରମା ବଢୁ ନାହିଁ । ଏହାଛଡା ବହୁ କର୍ମଚାରୀଙ୍କୁ ଛଟେଇ ମଧ୍ୟ କରାଯାଉଛି । ଏହାର ପ୍ରତିବାଦରେ ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ।