ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି : ପ୍ରାୟ ୨ଲକ୍ଷ ଟଙ୍କାର ୩୫ ଖଣ୍ଡ ଶାଢି କିଣିଲେ ଦ୍ରୌପଦୀ ମୁର୍ମୁ

310

କନକ ବ୍ୟୁରୋ : ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଅନେକ ଶାଢ଼ୀ କିଣିଛନ୍ତି । ବୁଣାକାର ଚତୁର୍ଭୁଜ ମେହେରଙ୍କ ଦ୍ୱାରା ତିଆରି ହୋଇଥିବା ଶାଢ଼ି କିଣିଛନ୍ତି ରାଷ୍ଟ୍ରପତି । କୋଟପାଡ, ବୋମକାଇ, ସମ୍ବଲପୁରୀ, ଇକତ, ପଶାପାଲି, ପଟଚିତ୍ର ଭଳି ବିଭିନ୍ନ ପ୍ରକାରର ୩୫ ଖଣ୍ଡ ଶାଢ଼ି କିଣିଥିଲେ ରାଷ୍ଟ୍ରପତି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ରୁ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଓଡ଼ିଆ ବୁଣାକାର ମାନଙ୍କ ହାତ ତିଆରି ଶାଢ଼ି ପିନ୍ଧିବାକୁ ବେଶ ଭଲ ପାଆନ୍ତି ରାଷ୍ଟ୍ରପତି ।

ଶାଢ଼ି ସହିତ ସମ୍ବଲପୁରୀ ସୁଟ୍ ପିସ୍ ମଧ୍ୟ ସେ ତାଙ୍କ ଝିଅ ପାଇଁ କିଣିଛନ୍ତି । ରାଷ୍ଟ୍ରପତି ହେବା ପୂର୍ବରୁ ମଧ୍ୟରୁ ଦ୍ରୌପଦୀ ମୁର୍ମୁ ମଧ୍ୟ ଏଠାରୁ ସାଢି କିଣନ୍ତି । ଅଫିସିଆଲ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସମ୍ଭଲପୁରୀ ସାଢି ପିନ୍ଧନ୍ତି ବୋଲି କହିଛନ୍ତି ବୁଣାକାର ଚତୁର୍ଭୁଜ ମେହେର । ଓଡ଼ିଶାର ହସ୍ତତନ୍ତ ଶାଢ଼ି ରାଷ୍ଟ୍ରପତିଙ୍କ ପ୍ରିୟ । ସେ ଯେତେବେଳେ ଓଡ଼ିଶାର ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କ ଦୋକାନକୁ ସାଢି କିଣିବାକୁ ଆସିଥିଲେ । ସେହିପରି ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ମଧ୍ୟ ସେଠାକୁ ଶାଢି ପାଇଁ ଆସିଥିଲେ ବୋଲି କହିଛନ୍ତି ଚତୁର୍ଭୁଜ ମେହେର ।