ନମ୍ବର ପ୍ଲେଟରେ ଲୁଚିଛି ଅନେକ ରହସ୍ୟ । ଗୋଟିଏ ନଜରରେ ଜାଣିଯିବେ ଗାଡିର ପୁରା ଡିଟେଲ୍ସ

953

କନକ ବ୍ୟୁରୋ :ଆମ ଦେଶରେ ଯାନବାହାନର ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟକୁ ନେଇ ରହିଛି ଅନେକ କଡା ନିୟମ । ଏଥିରେ ସାମାନ୍ୟ ବ୍ୟତୀକ୍ରମ ହେଲେ ଚାଳକଙ୍କୁ ଗଣିବାକୁ ପଡିବ ତଣ୍ଡ । ଏପରିକି ନମ୍ବର ପ୍ଲେଟର ସାଇଜକୁ ନେଇ ମଧ୍ୟ ରହିଛି ଅନେକ ନିୟମ । ତେବେ ଏହି ନମ୍ବର ପ୍ଳେଟ ପଛରେ ଲୁଚିଛି ଅନେକ ରହସ୍ୟ । ଏହି ତଥ୍ୟ ଜାଣିଥିଲେ ଆପଣ ଯେକୌଣସି ଗାଡିର ନମ୍ବର ପ୍ଲେଟ ଦେଖ ଦେଖିଦେଲେ ତୁରନ୍ତ ଜାଣିଯିବେ ଗାଡିର ଡିଟେଲ୍ସ ।

ଅନେକ ସମୟରେ କିଛି ଭିଆଇପି କିମ୍ବା ଫ୍ୟାନ୍ସି ନମ୍ବର ପ୍ଲେଟ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିଥିବ । ହେଲେ ଆପଣ ଜାଣିଛନ୍ତି କି ଏହି ମେଟାଲ ପ୍ଲେଟ ଉପରେ ଲେଖାଥିବା ନମ୍ବର ଭିତରେ ରହିଥାଏ ଅନେକ ତଥ୍ୟ । ପ୍ରକୃତରେ ଏହା କୌଣସି ଗାଡିର ରେଜିଷ୍ଟ୍ରେସନଠାରୁ ଆରମ୍ଭ କରି ଏକାଧିକ ତଥ୍ୟକୁ ସୂଚାଇଥାଏ ।

ଗାଡିର ନମ୍ବର ପ୍ଳେଟକୁ ଲାଇସେନ୍ସ ପ୍ଲେଟ୍ ବି କୁହାଯାଏ । ଏହା ଏକ ଧାତୁରେ ପ୍ରସ୍ତୁତ ହୋଇଥାଏ । ଯାହା ଗାଡିର ସମସ୍ତ ତଥ୍ୟକୁ ଧାରଣ କରିଥାଏ । ଏସବୁ ତଥ୍ୟକୁ ଏକ ନିର୍ଦ୍ଦିଷ୍ଟ ସାଇଜର ପ୍ଲେଟରେ ବିଭି୍ନ ନମ୍ବର ଓ ବିଭିନ୍ନ ଚିହ୍ନ ଦ୍ୱାରା ସୂଚାଯାଇଥାଏ । ନମ୍ବର ପ୍ଲେଟର ୪ଟି ଭିନ୍ନ ଭିନ୍ନ ଅଂଶ ଥାଏ ଏବଂ ପ୍ରତି ଅଂଶର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା ଅର୍ଥ ଥାଏ । ଗାଡିର ଉଭୟ ଆଗ ଓ ପଛରେ ନମ୍ବର ପ୍ଲେଟ ଲଗାଇବାକୁ ନିର୍ଦ୍ଦେଶ ରହିଛି । ହେଲେ ଆଗ ଓ ପଛ ନମ୍ବର ପ୍ଳେଟ ମଧ୍ୟ ଅଲଗା ଅଲଗା ସାଇଜର ହୋଇଥାଏ, ଯାହା ସମ୍ପୃକ୍ତ ଗାଡିର ଚିହ୍ନଟ ପାଇଁ ସାହାଯ୍ୟ କରିଥାଏ ।
ମୋଟର ଭେଇକିଲ ଅଧିନିୟମ ୫୦ ଓ ୫୧ ଅନୁସାରେ ବ୍ୟକ୍ତିଗତ ତଥା ଘରୋଇ ଯାନବାହାନ ତଥା ହାଲକା ୪ ଚକିଆ ଗାଡି ପାଇଁ ନମ୍ବର ପ୍ଲେଟ ଧଳା ପୃଷ୍ଟଭୂମି ଉପରେ କଳା ରଙ୍ଗର ଅକ୍ଷରରେ ଲେଖାଯାଏ । ହେଲେ ବାଣିଜ୍ୟିକ ବାହାନ କିମ୍ବା କମର୍ସିଆଲ ଗାଡି ପାଇଁ ହଳଦିଆ ରଙ୍ଗ ପୃଷ୍ଠଭୂମି ଉପରେ କଳା ଅକ୍ଷରରେ ନମ୍ବର ଲେଖାଯିବାର ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ନମ୍ବର ପ୍ଲେଟରେ ଥିବା ବିଭିନ୍ନ ଚିହ୍ନର ବିଶେଷତ୍ତ୍ୱ ବାବଦରେ ।

ପ୍ରତି ନମ୍ବର ପ୍ଲେଟକୁ ମୁଖ୍ୟତଃ ୫ଟି ଭାଗରେ ବିଭକ୍ତ କରାଯାଇଛି । ଏସବୁ ଭାଗକୁ ବୁଝିପାରିଲେ ଆପଣ ଯେ କୌଣସି ଗାଡିର ଡିଟେଲ୍ସକୁ ଅତି ସହଜରେ ଜାଣିଦେଇପରିବେ ।
(୧) ନମ୍ବର ପ୍ଲେଟର ପ୍ରଥମ ଭାଗ କେନ୍ଦ୍ର ଶାସିତ ଅଞ୍ଚଳ ବା କୌଣସି ରାଜ୍ୟକୁ ସୂଚାଏ । ଏହାକୁ ୨ଟି ଅକ୍ଷରରେ ସୂଚିତ କରାଯାଇଥାଏ । ଯେପରି ମହାରାଷ୍ଟ୍ରରେ ଗାଡି ଗୁଡିକୁ ଏମଏଚ କୋଡରେ ସୂଚାଯାଉଥିବାବେଳେ ଓଡିଶାର ଓଆର ଭାବରେ ସୂଚାଯାଏ ।ଏଥିରେ ଆପଣ ଜାଣିପାରିବେ ଗାଡି କେଉଁ ରାଜ୍ୟରୁ କିଣାଯାଇଛି ।
(୨) ପ୍ଲେଟର ଦ୍ୱିତୀୟ ଭାଗ ୨ଟିକିଆ ନମ୍ବର ଲେଖାଯାଇଥାଏ । ପ୍ରତି ରାଜ୍ୟରେ ଥିବା ଜିଲ୍ଲା ବାବଦରେ ଏଥିରୁ ଜଣାପଡେ । ଏହା ଉକ୍ତ ଜିଲ୍ଲାର କୋଡ୍କୁ ସୂଚାଏ ।
(୩) ନମ୍ବର ପ୍ଲେଟର ତୃତୀୟ ଅଂଶରେ ଦୁଇଟି ଅକ୍ଷର ଥାଏ, ଯାହା ଗାଡି ରେଜିଷ୍ଟ୍ରେସନର ତକ୍ରାଳୀନ ସିରିଜକୁ ସୂଚାଏ । ଜାଡି କେତେ ପୁୁରୁଣା ଏହି ଏହି ଦୁଇଟି ଅକ୍ଷରକୁ ଦେଖିଲେ ଜଣାପଡିଯାଏ ।
(୪) ଏହା ପରେ ୪ଟି ସଂଖ୍ୟା ଲେଖାହୋଇଥାଏ, ଯାହା ଗାଡିର ସ୍ୱତନ୍ତ୍ର ରେଜିଷ୍ଟ୍ରେସନ୍ ନମ୍ବର ଅଟେ । ଚାଳକ ନିଜ ପସନ୍ଦରେ ଏହି ନମ୍ବରକୁ ବାଛିପାରିବେ । ବେଳେ ବେଳେ ନିଜ ପସନ୍ଦର ନମ୍ବର ପାଇବାକୁ ଆରଟିଓରୁ ଏହି ନମ୍ବରକୁ କିଣିବାକୁ ପଡେ, ଯେଉଁଥିପାଇଁ ଗାଳକଙ୍କୁ ସାମାନ୍ୟ ଦର ଠାରୁ ଅଧିକ ଅର୍ଥ ଦେବାକୁ ପଡେ ।
(୫) ଏହା ବ୍ୟତୀତ ପ୍ଲେଟର ଗୋଟିଏ କୋଣରେ ‘’ ଲେଖାଥାଏ । ଗାଡି ଭାରତରେ ରେଜିଷ୍ଟ୍ରେସନ ହୋଇଛି ବୋଲି ଏଥିରୁ ସ୍ପଷ୍ଟ ହୁଏ । ଏହା ଉପରେ ଅଶୋକ ଚକ୍ର ଚିହ୍ନ ଥାଏ । ଏହା କ୍ରୋମିୟମ ବେସଡ୍ ଥାଏ । ଏହାତଳେ ନମ୍ବର ପ୍ଲେଟର ଲେଜର ପିନ୍ କୋଡ୍ ଦିଆଯାଇଥାଏ ।

ଆପଣ ଯଦି ନମ୍ବର ପ୍ଲେଟରେ ଥିବା ବିଭିନ୍ନ ଚିହ୍ନର ଅର୍ଥ ବୁଝିଥିବେ ତାହେଲେ ଯେକୌଣସି ଗାଡିର ନମ୍ବର ପ୍ଲେଟ ଦେଖୁଦେଖୁ ହିଁ ତାହା ବାବଦରେ ପୁରା ଡିଟେଲ୍ସ ଆପଣ ପାଇଯିବେ ।