ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ: କହିଲେ, ଖୁବଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର

134

କନକ ବ୍ୟୁରୋ: ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କହିଲେ, ଖୁବଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ ଖୋଲାଯିବ ରତ୍ନଭଣ୍ଡାର । ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ନିଷ୍ପତ୍ତି ହୋଇଛି । ରତ୍ନଭଣ୍ଡାର ଖୋଲିବାକୁ ୧୬ ଜଣିଆ କମିଟି ଗଠିତ । ୬ ତାରିଖ କମିଟି ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି । ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ହେବ ଏନେଇ ନିଷ୍ପତ୍ତି ନିଆଯିବ । କାର୍ଯ୍ୟ କିପରି ହେବ ସେନେଇ ଆଲୋଚନା ହେବ । ମହାପ୍ରଭୁ ମନ୍ଦିରରେ ନଥିବା ବେଳେ ରତ୍ନଭଣ୍ଡାର ଖୋଲାଯିବ । ଅଳଙ୍କାର ମାନ ପରୀକ୍ଷଣ ନେଇ କମିଟି ନିଷ୍ପତ୍ତି ନେବ । ମରାମତି ଓ ଗଣନା କାର୍ଯ୍ୟ ନିର୍ଦ୍ଧାରଣ କରିବ କମିଟି । ଜଷ୍ଟିସ ବିଶ୍ୱନାଥ ଏହି କମିଟିରେ ରହିବେ । କମିଟିର ନିଷ୍ପତ୍ତି ପରେ ସରକାର ପଦକ୍ଷେପ ନେବେ ।