ଅତିକ ଅହମ୍ମଦ ଓ ଅସରଫ ହତ୍ୟାକାରୀଙ୍କୁ ଜେରା ବେଳେ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦୁଇ ଦିନ ପୂର୍ବରୁ ପ୍ରୟାଗରାଜ ହୋଟେଲରେ ଲୁଚି ରହିଥିଲେ ହତ୍ୟାକାରୀ

686

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଶନିବାର ଗ୍ୟାଙ୍ଗଷ୍ଟର ଅତିକ୍ ଓ ଅର୍ସଦ ଅହମଦକୁ ହତ୍ୟା କରାଯିବା ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଛି । ଅତିକ ଅହମ୍ମଦ ଓ ଅସରଫ ହତ୍ୟାକାରୀଙ୍କୁ ପୋଲିସର ପଚରାଉଚୁରା ଜାରି ରଖିଛି । ଆଉ ଜେରା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସର ହସ୍ତଗତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ପୂର୍ବରୁ ପ୍ରୟାଗରାଜର ଏକ ହୋଟେଲକୁ ନିଜର ଠକଣା ବନାଇଥିଲେ ହତ୍ୟାକାରୀ । ସେହି ହୋଟେଲରେ ରହି ପୂରା ଷଡଯନ୍ତ୍ର ରଚିଥିଲେ । ତାପରେ ଅତିକ୍ ଆସୁଥିବା ଖବର ପାଇ ସେଠାରେ ସାମ୍ବାଦିକ ବେଶରେ ପହଁଚିଯାଇଥିଲେ । ଆଉ ପଏଂଟ ବ୍ଲାକରୁ ଗୁଳି କରି ହତ୍ୟା କରିଥିଲେ । ସୂଚନା ମଳିବା ପରେ ହୋଟେଲରେ ଛାନଭିନ୍ କରୁଛି ପୋଲିସ ।