ମନମୋହୁଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ: ପ୍ରାକୃତିକ ପରିବେଶ ସହ ଝରଣା ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

232

କନକ ବ୍ୟୁରୋ: ମାଓ ସମସ୍ୟା ହ୍ରାସ ପାଇବା ପରେ ଏବେ ଆସ୍ତେ ଆସ୍ତେ ସାମନାକୁ ଆସୁଛି ସ୍ୱାଭିମାନ ଅଂଚଳର ପ୍ରକୃତିକ ସୌନ୍ଦର୍ଯ୍ୟର ସମ୍ଭାର । ଗୁରୁପ୍ରୀୟା ସେତୁ ପରେ ଏବେ ସ୍ୱାଭିମାନ ଅଂଚଳରେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲୋଟିଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ । ଦୁର୍ଗମ ଅଂଚଳରେ ରାସ୍ତା ଘାଟ ଖୋଲିବା ପରେ ଗୁଂଜିଓାଡା ଜଳପ୍ରପାତ ଲୋକଲୋଚନ କୁ ଆସିବା ପରେ ଏବେ ପ୍ରାକୃତିକ ପରିବେଷ ମଧ୍ୟରେ ସୁ-ଉଚ୍ଚ ଜଳପ୍ରପାତକୁ ଦେଖିବା ଲାଗି ଓଡିଶା ସମେତ ଆନ୍ଧ୍ରର ପର୍ଯ୍ୟଟକଙ୍କ ଭିଡ ଜମୁଛି ସ୍ୱାଭିମାନ ଅଂଚଳରେ ।

ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତର । ଆକାଶ ମାର୍ଗରୁ ଆସିଥିବା ଚିତ୍ର ବେଶ ମନୋରମ । ପାହାଡ଼ ପର୍ବତର ଛାତିରୁ ଚିଳି ଝରଣାର କୁଳୁକୁଳୁ ନାଦ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆହୁରି ଆକର୍ଷିତ କରିଛି । ମାଓବାଦୀ ନୁହଁ ଏବେ ପ୍ରାକୃତିକ ସୌନ୍ଦର୍ଜ୍ୟ ଲାଗି ଚର୍ଚାରେ ସ୍ୱାଭିମାନ ଅଂଚଳ । ଲାଲ ଆତଙ୍କର କଳା ବାଦଲ ହଟିବା ପରେ ଏବେ ସ୍ୱାଭିମାନ ଅଂଚଳର ଅସଲ ଚିତ୍ର ସାମନାକୁ ଆସିବାରେ ଲାଗିଛି । ଆଉ ପ୍ରକୃତିର ଭୁସ୍ୱର୍ଗ ଯଦି କେଉଁଠି ଥାଏ, ତାହା ଯେ ସ୍ୱାଭିମାନ ଅଂଚଳରେ ରହିଛି, ତାହା ଏହି ଜଳପ୍ରପାତର ଚିତ୍ର ଦେଖିଲା ଆପଣ ସହଜରେ ଅନୁମାନ କରି ପାରିବେ । ସ୍ୱାଭିମାନ ଅଂଚଳର ପ୍ରବେଶ ଦ୍ୱାର ଗୁରୁପ୍ରୀୟାରୁ କିଛି ମାଇଲ ଅତିକ୍ରମ କଲା ପରେ ଆନ୍ଧ୍ର ସୀମାରେ ରହିଛି ଏହି ସୁ-ଉଚ୍ଚ ଜଳପ୍ରପାତ ।

ଗୁଂଜିଓାଡା ଜଳପ୍ରପାତର ଭୌଗଳିକ ଅବସ୍ଥିତିକୁ ଦେଖିଲେ, ଏହା ଆନ୍ଧ୍ର ପ୍ରଦେଶ ଆଲୁରି ସିତାରାମରାଜୁ ଜିଲ୍ଲାର ଗୁଂଜିୱାଡା ଗାଁ ମୁଣ୍ଡରେ ଅବସ୍ଥିତ । ଯାହା ଓଡିଶା ସୀମାରୁ ମାତ୍ର କେଇ କିଲୋମିଟର ଦୂର କହିଲେ ଭୁଲ ହେବ ନାହିଁ । ଚିତ୍ରକୋଣ୍ଡା ପରେ ଗୁରୁପ୍ରୀୟା ଦେଇ ପାପେରମେଟଲା ପଂଚାୟତ ଦେଇ ଏଠାକୁ ଯାଇହେବ । ପାପେରମେଟଲା ଠାରୁ ପ୍ରାୟ ୭ କିଲୋମିଟର ଜଙ୍ଗଲ, ପାହାଡ ଓ ନଈ, ନାଳ ଅତିକ୍ରମ କରିବା ପରେ ଗୁଂଜିଓାଡା ଗାଁ ମୁଣ୍ଡରେ ରହିଛି ଏହି ପ୍ରକୃତିର ଏହି ମୋନୋରମ ଚିତ୍ର । ପର୍ଯ୍ୟଟକ ମାନେ ପ୍ରାକୃତିକ ସୌନ୍ଦର୍ଜ୍ୟ, ଜଂଗଲ-ପାହାଡକୁ ଉପଭୋଗ କରିବାକୁ ଏଠାକୁ ଆସନ୍ତି ।