ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ : ଅସନ୍ତୋଷ ପ୍ରକାଶ କଲେ ରାଜ୍ୟ ମହିଳା ଆୟୋଗ

290

କନକ ବ୍ୟୁରୋ : ବସରେ ପ୍ରଥମ ଯାତ୍ରୀଭାବେ ମହିଳାଙ୍କୁ ବାରଣ କରାଯାଏ । ଯାହାକୁ ଦୈନନ୍ଦିନ ଜୀବନରେ ଅନେକ ମହିଳା ଯାତ୍ରୀଙ୍କୁ ସହିବାକୁ ପଡ଼ିଥାଏ । ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି ଓଡ଼ିଶା ରାଜ୍ୟ ମହିଳା ଆୟୋଗ । ଉଭୟ ସରକାରୀ ଓ ଘରୋଇ ବସରେ ମହିଳମାନେ କିପରି ପ୍ରଥମ ଯାତ୍ରୀ ଭାବେ ସୁରକ୍ଷିତ ପ୍ରବେଶ କରିବେ, ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ତାଙ୍କୁ ସୂଚନା ପ୍ରଦାନ ପାଇଁ ରାଜ୍ୟ ପରିବହନ ନିଗମ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ସାମାଜିକ କର୍ମକର୍ତ୍ତା ଘାସିରାମ ପଣ୍ଡାଙ୍କ ଅଭିଯୋଗ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଆଜି ବି ବସଷ୍ଟାଣ୍ଡମାନଙ୍କ ଏପରି ପରମ୍ପରା ରହିଛି । ବସରେ ଏପରି ଅନ୍ଧବିଶ୍ୱାସକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।