ଓଟିପି ସେୟାରିଂ ଓ ଆତଙ୍କି ଲିଙ୍କ ମାମଲା : ଅଭିଯୁକ୍ତ ପଠାଣି ସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ

190

କନକ ବ୍ୟୁରୋ : ଓଟିପି ସେୟାରିଂ ଏବଂ ଆତଙ୍କୀ ଲିଙ୍କ୍ ମାମଲା । ଗିରଫ ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚମବଙ୍ଗର ସ୍ପେଶାଲ ଟାକ୍ସ ଫୋର୍ସ । ଏନେଇ କୋର୍ଟରେ ଆବେଦନ କରିଛି ପଶ୍ଚମବଙ୍ଗ ଏସଟିଏଫ୍ । ଆସନ୍ତାକାଲିଠୁ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ ଏସଟିଏଫ୍ । ଗୁଡ଼ୁ ମୁସଲିମ ମାମଲାରେ ଅଧିକ ଖୋଳତାଡ ହୋଇପାରେ । ପୂର୍ବରୁ ପଶ୍ଚିମବଙ୍ଗର ସିଲିଗୁଡି ଥାନରେ ପଠାଣି ସାମନ୍ତଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ତେଣୁ ଅଧିକ ତଦନ୍ତ ପାଇଁ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେଇ ପଚାରାଉଚରା କରିବ ପଶ୍ଚିମବଙ୍ଗ ଏସଟିଏଫ୍ ।

ସେପେଟ ପଶ୍ଚିମବଙ୍ଗ ଏସଟିଏଫର ରିମାଣ୍ଡ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପଠାଣି ସାମନ୍ତଙ୍କୁ ଜେରା କରିବ । ଝାରପଡା ଜେଲରେ ପଠାଣି ସାମନ୍ତଙ୍କୁ ଏନଆଇଏ ଜେରା କରିବା ନେଇ ସୂଚନା ମଳିଛି । ଦୁଇ ଅଭିଯୁକ୍ତ ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ମୁହାଁମୁହିଁ ଜେରା କରାଯାଇପାରେ । ଅଭିଯୁକ୍ତଙ୍କୁ ପୂର୍ବରୁ ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କୋଡ୍ ଜେରା କରିସାରିଛି । ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି ଆକ୍ଟିଭେଟ ସିମ ଜରିଆରେ ଅଭିଯୁକ୍ତମାନେ କାରବାର ଚଳାଉଥିଲେ । ଓଡ଼ିଶା ଏସଟିଏଫ ଅଭିଯୁକ୍ତଙ୍କୁ ଧରିବା ପରେ ଘଟଣାର ଗୁମର ଖୋଲିବାରେ ଲାଗିଛି । ବିଭିନ୍ନ ରାଜ୍ୟ ଏବଂ ଦେଶର ତଦନ୍ତକାରୀ ସଂସ୍ଥାମାନେ ଅଭିଯୁକ୍ତଙ୍କୁ ଜେରା ଜାରି ରଖିଛନ୍ତି ।