କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣା : ଆରପିଏଫ ଥାନାରେ ପହଞ୍ଚିଲା ବୋମା ନିଷ୍କ୍ରିୟକାରୀ ଦଳ

234

କନକ ବ୍ୟୁରୋ : କୋଣାର୍କ ଏକ୍ସପ୍ରେସରୁ ବିସ୍ଫୋରକ ସାମଗ୍ରୀ ଘଟଣା । ବୋମା ନିଷ୍କ୍ରିୟ ପାଇଁ ଭୁବନେଶ୍ୱର ଆରପିଏଫ ଥାନାରେ ପହଞ୍ଚିଲା ବୋମା ନିଷ୍କ୍ରିୟକାରୀ ଟିମ । ବୋମା ନିଷ୍କ୍ରିୟ କରିବା ସହ ବିସ୍ଫୋରକ ସାମଗ୍ରୀ ବିଷୟରେ ତଥ୍ୟ ନେବ । ଭୁବନେଶ୍ୱର ରେଳ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସରୁ ଜେନେରାଲ ବଗିରୁ ବୋମା ଜବତ ହୋଇଥିଲା ।

ସଫେଇ କର୍ମଚାରୀମାନେ ଶବ୍ଦ ଶୁଣି ଏବଂ ଧୂଆଁ ବାହାରିବା ଦେଖି ଜିଆରପି ଥାନାକୁ ସୂଚନା ଦେଇଥିଲେ ୮ଟି ରେଡ ପାରାଚ୍ୟୁଟ୍ ସିଗନାଲ, ୧୫ଟି ରକେଟ ପାରାଚ୍ୟୁଟ ଫାୟାର ଠାବ ହୋଇଛି । ସିସିଟିଭି ଯାଞ୍ଚ ପରି ଏସବୁ ସାମଗ୍ରୀ କିଏ ଆଣିଥିଲା ତାହା ଉପରେ ଆରପିଏଫ ଖୋଳତାଡ ଆରମ୍ଭ କରିଛି  ।