ଶୁଖିଗଲାଣି ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତାମ୍ପରା ହ୍ରଦ,ପାଣିନଥିବାରୁ ପଙ୍କରେ ଲାଗିଯାଉଛି ବୋଟ । ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

178

ଛତ୍ରପୁର ନିକଟରେ ଥିବା ତମ୍ପରା ହ୍ରଦ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ୟ୍ୟଟନ ସ୍ଥଳୀ। ଏଠାରେ ପାଣି ଅଧିକ ରହଥିବାରୁ ବୋଟିଂ ବ୍ୟବସ୍ଥା କରାଯାଇଥିଲା । ପର୍ୟ୍ୟଟକ ମାନେ ଆସି ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ କରିବା ସହ ବୋଟିଂର ମଜା ନେଉଥିଲେ । ହେଲେ ଖରା ଯୋଗୁ ଏବେ ହ୍ରଦ ଶୁଖିଯିବାବୁ ବସିଲାଣି। ହ୍ରଦର ପାଣି ୧୫ ଫୁଟରୁ ୪ ଫୁଟରେ ପହଂଚିଲାଣି। ଫଳରେ ବୋଟିଂ କରିବା ଏବେ କଷ୍ଟକର ହୋଇପଡିଛି। ପାଣି କମ ଥିବାରୁ ବୋଟିଂ ସମୟରେ ଡଙ୍ଗାଗୁଡ଼ିକ ପଙ୍କରେ ଫସି ଯାଉଛି । ବାରମ୍ବାର ପଙ୍କରେ ମାଡ଼ ହେବା ଦ୍ବାରା ବୋଟ ଗୁଡ଼ିକ ମଧ୍ୟ ଭାଙ୍ଗିଯାଉଛି । ଯାହାଫଳରେ ବୋଟିଂ କରିବା ସମୟରେ ଅଧିକ କ୍ଷତି ସହିବାକୁ ପଡ଼ୁଥିବା କହିଛନ୍ତି ବୋଟ ବ୍ୟବସାୟୀ ।

ସେପଟେ ଛତ୍ରପୁର ଅଞ୍ଚଳର କିଛି ନାଳର ପାଣି ମଧ୍ୟ ଏହି ହ୍ରଦରେ ମିଶିବା ଦ୍ବାରା ପାଣିର ରଙ୍ଗ କଳା ଦେଖାଯାଉଛି । ହ୍ରଦକୁ ଲାଗିଥିବା ତାମ୍ପରା ଲେକ୍ଭ୍ୟୁ ପାର୍କରେ ମଧ୍ୟ କାଠ ପୋଲ ଭାଙ୍ଗି ଯାଇଛି। ଲାଇଟ୍ ଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ଯାଇଛି । ଫଳରେ ପର୍ୟ୍ୟଟକମାନେ ଆଉ ଏଠାକୁ ଆସିବାକୁ ପସନ୍ଦ କରୁନାହାଁନ୍ତି। ସେହିପରି ତାମ୍ପରା ହ୍ରଦ ନିକଟରେ ଚାଲୁଥିବା ଉନ୍ନୟନ ମୂଳକ କାର୍ୟ୍ୟକୁ ଏନଜିଟି ଛାଟ ଦ୍ବାରା ବଡ଼ ବଡ଼ କୋଠା ଓ ଦୋକାନ ଗୃହ ଗୁଡ଼ିକ ଅଧପାନ୍ତରିଆ ହୋଇ ପଡ଼ିରହିଛି । ଏଭଳି ସମସ୍ୟାର ସମାଧାନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।