ବିଜେଡି ଯୁବ ନେତାଙ୍କ ନାଁରେ ଏତଲା ଦେଲେ ଉପଜିଲ୍ଲାପାଳ । । ସରକାରୀ କ୍ୟାମ୍ପସରେ ଜନ୍ମଦିନ ପାଳନକୁ ନେଇ ବିବାଦ ।

1,326

କନକ ବ୍ୟୁରୋ: ସରକାରୀ ଜମିରେ ଜନ୍ମଦିନ ପାଳି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ବିଜେଡି ଯୁବ ନେତା ଅଶିତ ପଟ୍ଟନାୟକ । ପୁଣି ବିଜେଡ଼ି ନେତାଙ୍କ ବିରୋଧରେ ଏତଲା ଦେଲେ ଖୋଦ ଭଦ୍ରକ ଉପଜିଲ୍ଲାପାଳ ।

ସରକାରୀ କ୍ୟାମ୍ପସରେ ହଜାର ହଜାର ସମର୍ଥକ ଙ୍କୁ ନେଇ ଜନ୍ମଦିନ ପାଳନ କରିବା ସହ ଶକ୍ତି ପ୍ରଦର୍ଶନ କରିବା ଘଟଣା ଏବେ ବିବାଦୀୟ ହୋଇଛି । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଲା ଜିଲା ପ୍ରଶାସନ । ଭଦ୍ରକ ସବକଲେକ୍ଟର ମନୋଜ ପାତ୍ର ଥାନାରେ ଏତଲା ଦେଇଛନ୍ତି। ଜନ୍ମଦିନ ପାଳନ ସହ ଡିଜେ ବଜାଇ ବାଣ ଫୁଟାଇ ଚାଲିଥିଲା ଉତ୍ସବ ପାଳନ। ସୂଚନା ଅନୁଯାଇ ବୁଲୁଙ୍କ ଆୟୋଜକ ମାନେ ଭଦ୍ରକ ଆରଏମସି ଅଫିସ ପରିସର ମଧ୍ୟରେ ଜନ୍ମଦିନ ପାଳନ କରିବା ପାଇଁ ଭଦ୍ରକ ପୁରୁଣାବଜ଼ାର ଓ ଟାଉନ ଥାନାରେ ଦୁଇଟି ଲିଖିତ ଅଭିଯୋଗ କରିଥିଲେ. ଏପଟେ ରାଜନୋତିକ ଛକାପଞ୍ଜାକୁ ନେଇ ବୁଲୁ ଙ୍କ ବିରୋଧରେ ଜ଼ିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାର ସାଧାରଣରେ ଆଲୋଚନା ହେଉଛି.ତେବେ ଏହି ଘଟଣା ଆଗକୁ କି ରୂପ ନେଉଛି ତାହା ଆଗାମୀ ଦିନରେ ଜଣା ପଡିବ ବୋଲି ଚର୍ଚ୍ଚା ହେଉଛି.ଏପଟେ ଜନ୍ମଦିନ ପାଳନ କରୁ କରୁ ବିଧାୟକ ସଂଜୀବ ମଲ୍ଲିକଙ୍କ ବିରୋଧ ରେ ରଣହୁଙ୍କାର ଦେଇଛନ୍ତି ବୁଲୁ ।