ଅବସରର ଦୀର୍ଘ ଦିନ ପରେ ବି ମିଳିପାରିଲାନି ପେନସନ : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ, ୧୧ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କୁ ନୋଟିସ୍

186

କନକ ବ୍ୟୁରୋ : ଅବସର ପରେ ବି ମିଳିପାରିନି ପେନସନ୍ । କିଏ ୪ ବର୍ଷ ତଳେ ଅବସର ନେଇଛନ୍ତି ତ ଆଉ କିଏ ୩ ମାସ ତଳେ । ତ ଆଉ କିଏ ପେନସନକୁ ଅପେକ୍ଷା କରି କରି ପ୍ରାଣ ହରାଇ ସାରିଲେଣି । ଏବେ ପେନସନ ନମିିଳିବାକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଉପରିସ୍ଥ ଅଧିକାରୀଙ୍କ ଅବହେଳା କି ଅନ୍ୟ କୌଣସି କାରଣ ଲାଗି ମିିଳିପାରିନି ପେନସନ୍ ସେ ନେଇ ତନାଘନା ଆରମ୍ଭ ହୋଇଛି ।

୬ ଜିଲ୍ଲାର ୭ଟି କଲେଜର ୧୧ ଜଣ ଅଧ୍ୟାପକ ଓ କର୍ମଚାରୀ ଅବସର ନେଇ ସାରିଥିବା ବେଳେ ସେମାନଙ୍କ ପେନସନ୍ କାହିଁକି ମିଳିନି ସେନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶିକ୍ଷା ବିଭାଗ । ଏନେଇ ବାଙ୍କୀ ସ୍ୱଂୟ ଶାସିତ ମହାବିଦ୍ୟାଳୟ, କେନ୍ଦୁଝର ହାଟଡିହିର ଆଞ୍ଚଳିକ ମହାବିଦ୍ୟାଳୟ, ଜଗତସିଂହପୁରର କୁଜଙ୍ଗ କଲେଜ, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ, ଅନୁଗୁଳୁ ମହିଳା ମହାବିଦ୍ୟାଳୟ, ବରଗଡ଼ର ଲରମ୍ବା କଲେଜ, କଟକ କୁଅଁପାଳର ଜେଏନ୍ କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୩ ଦିନ ଭିତରେ ଉତର ନରଖିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି ।