୧୪ ଦିନ ଧାରଣା ପରେ ଆକ୍ସନମୋଡରେ ଦିଲ୍ଲୀ ପୋଲିସ, ୭ଜଣ ଆବେଦକାରୀ କୁସ୍ତିଯୋଦ୍ଧାଙ୍କ ବୟାନ ରେକର୍ଡ

162

କନକ ବ୍ୟୁରୋ : କୁସ୍ତିଯୋଦ୍ଧାଙ୍କ ସହ ଉତ୍ପୀଡନ ମାମଲରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଦିନ ଦିଲ୍ଲୀ ପୋଲିସ ତରଫରୁ ଅଭିଯୋଗକାରୀ ସମସ୍ତ ୭ଜଣ ମହିଳା କୁସ୍ତଯୋଦ୍ଧାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୋଗକାରୀଙ୍କ ଓକିଲଙ୍କ ଉପସ୍ଥିତିରେ ଜିଲ୍ଲା ମାଜିଷ୍ଟେଟଙ୍କ ସାମ୍ନାରେ ଦିଲ୍ଲୀ ପୋଲିସ ବୟାନ ରେକର୍ଡ କରିଛି । ଏହି କ୍ରମରେ ଅଭିଯୋଗ ମାନେ ଭିନ୍ନ ଭିନ୍ନ ଅଭିଯୋଗ ଆଣିଥିଲେ । ହେଲେ ବୟାନ ରେକର୍ଡ ବେଳେ କୌଣସି କୁସ୍ତିଯୋଦ୍ଧା ସେମାନଙ୍କ ସହ କେଉଁ ତାରିଖରେ ଅସଦାଚରଣ କରାଯାଇଥିଲା ତାହା ସ୍ପଷ୍ଟ କରିପାରି ନାହାଁନ୍ତି । ଦିଲ୍ଲୀ ପୋଲିସ କହିଛି କି ଖୁବଶୀଘ୍ର ଅଭିଯୁକ୍ତ ବ୍ରିଜଭୂଷଣଙ୍କ ବୟାନ ରେକର୍ଡ କରାଯିବ ।

ଏହା ପୂର୍ବରୁ ଗୁରୁବାର ଦିନ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଧାରଣା ଦେଇଥିବା କୁସ୍ତିଯୋଦ୍ଧାମାନଙ୍କୁ ପରାମର୍ଶ ଦେଇ କହିଥଲେ କି ସରକାର ଖେଳାଳୀଙ୍କ ସମସ୍ତ ସର୍ତ୍ତ ମାନି ନେଇଛନ୍ତି । ତେଣୁ ଏବେ ସେମାନେ ଧାରଣା ସ୍ଥଳରୁ ଉଠି ଯାଆନ୍ତୁ ବୋଲି ସେ ଅନୁରୋଧ କରିଥିଲେ । ଦିଲ୍ଲୀ ପୋଲିସ ନିସ୍ପେକ୍ଷ ଯାଂଚ କରୁଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁରାଗ ଠାକୁର କୁସ୍ତିଯୋଦ୍ଧାମାନଙ୍କୁ ଆଶ୍ୱାସନା ଦେଇଥିଲେ ।

ସୂଚନା ଥାଉକି ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଏପ୍ରିଲ ୨୩ ତାରିଖରୁ କିଛି କୁସ୍ତିଯୋଦ୍ଧା କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନାମରେ ଉତ୍ପୀଡନ ଅଭିଯୋଗ ଆଣି ଧାରଣା ଦେଇଛନ୍ତି । ଏନେଇ କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣଙ୍କ ଗିରଫ ଦାବି କରିଛନ୍ତି ।