ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ ମାମଲା : ଆକ୍ସନ ମୋଡରେ ପଞ୍ଜାବ ପୋଲିସ, ଉତ୍ତରାଖଣ୍ଡରୁ ୬ ଗିରଫ

191

କନକ ବ୍ୟୁରୋ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡରେ ପଞ୍ଜାବ ପୋଲିସ ଡେରାଡୁନରୁ ପୁଣି ୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ସେମାନଙ୍କ ପଚରା ଉଚରା ପାଇଁ ପୋଲିସ ନିଜ ହେପାଜତକୁ ନେଇଛି । ସମସ୍ତଙ୍କୁ ନେଇ ପୋଲିସ ପଞ୍ଜାବ ଅଭିମୁଖେ ଯାତ୍ରା କରିଛି । କୁହାଯାଉଛି କି, ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜଣେ ଗ୍ୟାଙ୍ଗଷ୍ଟାର ବିଷ୍ଣୌଇ ଗ୍ୟାଙ୍ଗର ସଦସ୍ୟ ।

ରବିବାର ସନ୍ଧ୍ୟାରେ ମୁସେବାଲାଙ୍କ ହତୃା ପରେ ପଞ୍ଜାବ ପୋଲିସ ହତ୍ୟା ଅପରାଧିଙ୍କୁ ଧରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଏହି କ୍ରମରେ ସୋମବାର ଦିନ ଡେରାଡୁନର ଗୟା ଗାଁ ନିକଟକରେ ପଞ୍ଜାବ ପୋଲିସ ଉତ୍ତରାଖଣ୍ଡ ଏସଟିଏଫ୍ ସହାୟତାରେ ୬ ଜଣଙ୍କୁ ଗିରଫ କରିଛି । କୁହାଯାଉଛି କି ସେମାନଙ୍କ ମଧ୍ୟରୁ ଜଣେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି ।

ଅନ୍ୟପଟେ ଆଜି ମୁସେବାଲଙ୍କ ପୋଷ୍ଟମର୍ଟମ୍ ମାନସା ସିଭିଲ ହସ୍ପିଟାଲରେ କରାଯିବ । ପ୍ରଥମେ ମୁସେବାଲାଙ୍କ ମରଶରୀରକୁ ପୋଷ୍ଟମର୍ଟମ କରିବାକୁ ପରିବାର ଲୋକ ରାଜି ହେଉ ନଥିଲେ । ଏବେ ସେମାନଙ୍କ ସହମତିରେ ପୋଷ୍ଟମର୍ଟମ ହେବ ବୋଲି କୁହାଯାଇଛି ।

ସେପଟେ ଅଧିକ ସୂଚନା ପାଇବାକୁ ପଞ୍ଜାବ ପୋଲିସର ଏକ ଟିମ୍ ହତ୍ୟା ହୋଇଥିବା ସ୍ଥାନ ମନସାର କୈଚିୟା ଅଞ୍ଚଳରେ ଥିବା ମନସୁଖ ବୈଷ୍ଣୋ ଢାବା ନିକଟରେ ପହଂଚିଛି । ସେଠାରେ ଲାଗିଥିବା ସିସିଟିଭିକୁ ଯାଂଚ କରି ଅଧିକ ସୂଚନା ପାଇବାକୁ ଚେଷ୍ଟା କରିବ ପଞ୍ଜାବ ପୋଲିସ । ସେପଟେ ସିସିଟିଭିର ପ୍ରାଥମିକ ଯାଂଚରୁ ଜଣାପଡିଛି କି ଏହି ମୁସେବାଲାଙ୍କୁ ହତ୍ୟା କରିବା ପୂର୍ବରୁ ଢାବାରେ କିଛି ଯୁବକ ଖାଉଛନ୍ତି ।