ତିହାଡ ଜେଲରୁ ମୁସେୱାଲା ହତ୍ୟାର ଷଡଯନ୍ତ୍ର! ଲରେନ୍ସ ବିଷ୍ଣୋୟୀର ହତ୍ୟା ଲିଙ୍କ ଥିବା ମିଳିଲା ସୁରାକ ।

209

କନକ ବ୍ୟୁରୋ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ପ୍ଲାନର ଖୁଲାସା ହୋଇଛି । ଦିଲ୍ଲୀ ତିହାଡ ଜେଲରୁ ଏ ପୂରା ପ୍ଲାନ ପ୍ରସ୍ତୁତ ହୋଇଥିବା ନେଇ ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ହତ୍ୟା ସହ ଜଡିତ ଥିବା ଗୋଟିଏ ଫୋନ ନମ୍ବର ଲିଙ୍କ ତିହାଡ ଜେଲ ସହ ଥିବା ଚର୍ଚ୍ଚା ହେଉଛି । ଏନଆଇଏ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ଶାହାରୁଖ ଖାନ ନାମକ ଜଣେ ଅପରାଧୀକୁ ପୋଲିସ ଗିରଫ କରିଥିଲା ।

ସୂଚନା ଅନୁସାରେ କାନାଡରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ସହ କଥାହେବା ପାଇଁ ଗୋଟିଏ ମେସଜିଂ ଆପର ବ୍ୟବହାର କରାଯାଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଅଧିକାରୀ ତିହାଡରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ, ତାର ସହଯୋଗୀ କାଲା ଜେଠଡୀ ଏବଂ କାଳା ରାଣାକୁ ସିଦ୍ଧୁ ମାମଲାରେ ପଚରାଉଚରା ଜାରିରହିଛି । ପଞ୍ଜାବ ପୋଲିସ ମଧ୍ୟ ଲରେନ୍ସ ବିଷ୍ଣୋୟୀକୁ ରିମାଣ୍ଡରେ ନେଇ ପଚରାଉଚରା କରିବ । ଲରେନ୍ସ ତିହାଡ ଜେଲର ହାଇସିକ୍ୟୁରିଟି ସେଲ ନଂ ୮ରେ ଅଛି ।

୨୯ ବର୍ଷରେ ଲରେନ୍ସ ବିଷ୍ଣୋୟୀ ମାମଲାରେ ୫୦ରୁ ଅଧିକ ମାମଲା
ଲରେନ୍ସ ବିଷ୍ଣୋୟୀ ୧୯୯୨ ଫେବ୍ରୁଆରୀ ୨୨ରେ ପଞ୍ଜାବର ଫାଜିଲାରେ ଜନ୍ମ ହୋଇଥିଲା । ୨୯ ବର୍ଷରେ ତାଙ୍କ ନାଁରେ ୫୦ରୁ ଅଧିକ ମାମଲା ରହିଥିଲା । ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରେ ପାଠପଡା ଶେଷ କରିବା ପରେ ଛାତ୍ର ସଂଘ ନିର୍ବାଚନବି ସେ ଲଢିଥିଲା । ନିକଟରେ ତା ବିରୋଧ ମକୋକ୍କା ଲାଗିଛି । ପାଖାପାଖି ୬ ଶହ ସାର୍ପ ସୁଟରର ଗ୍ୟାଙ୍ଗର ମୁଖିଆ ହେଉଛି ଲରେନ୍ସ ବିଷ୍ଣୋୟୀ । ତାକୁ ଗ୍ୟାଙ୍ଗଷ୍ଟର କରିବାରେ ଜଗୁ ନରେଶ ସେଟ୍ଟୀ, ସମ୍ପତ ନେହେରା ଏବଂ ମୃତ ଗ୍ୟାଙ୍ଗଷ୍ଟର ସୁଖାର ହାତ ରହିଥିଲା ।

ପଞ୍ଜାବ ପୋଲିସର ସ୍ପେଶାଲ ସେଲର ଅଧିକାରୀଙ୍କ କହିବାନୁଯାୟୀ ଟ୍ରାଭେଲ ଏଜେଣ୍ଟ, ଡାକ୍ତରଖାନା ମାଲିକ, ହିରା ବ୍ୟବସାୟୀ, ରେଷ୍ଟୁରାଣ୍ଟ ମାଲିକ ଲରେନ୍ସ ବିଷ୍ଣୋୟୀର ଟାର୍ଗେଟରେ ରୁହନ୍ତି । ଏମାନଙ୍କ ପାଖରୁ ଗ୍ୟାଙ୍ଗଷ୍ଟର ନିଜ ସୁଟର୍ସଙ୍କ ଜରିଆରେ ବେଆଇନ ବଟି ଆଦାୟର କାମ କରିଥାନ୍ତି । ଯେଉଁମାନେ ଏହାକୁ ମାନିନଥାନ୍ତି ତାଙ୍କମଧ୍ୟ ଏହାର ଫଳ ଭୋଗିବାକୁ ପଡିଥାଏ ।

ସିଦ୍ଧୁ ହତ୍ୟାରେ ଗୋଲ୍ଡି ବରାଡ ଓ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ
ସିଦ୍ଧୁ ହତ୍ୟା ପଛରେ ଗୋଲ୍ଡି ବରାଡ ଓ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହାତ ରହିଛି । ଏହି ଗ୍ୟାଙ୍ଗ ନିଜକୁ ସିଦ୍ଧୁର ହତ୍ୟାପାଇଁ ଦାୟୀ କରିଛନ୍ତି । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ ଫେସବୁକ ପୋଷ୍ଟ କରି ମୁସେୱାଲା ହତ୍ୟା ପଛରେ ତାର ହାତ ଥିବା ସ୍ପଷ୍ଟ କରିଛି । ବର୍ତ୍ତମାନ ସେ କାନାଡାରେ ଥିବା ବେଳେ ପଞ୍ଜାବ ଡିଜିପି ବିକେ ଭାବରା ପ୍ରେସମିଟରେ ଗୋଲ୍ଡି ବରାଡ ଏବଂ ତହାଡ ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀକୁ ଦାୟୀ କରିଛନ୍ତି ।