ଢେଙ୍କାନାଳରେ ଅଦିନିଆ ବନଯାଗ ଯାତ୍ରାକୁ ବିରୋଧ : ପୁରୀରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବାୟତ

112

କନକ ବ୍ୟୁରୋ : ଢେଙ୍କାନାଳରେ ଅଦିନିଆ ବନଯାଗ ଯାତ୍ରାକୁ ବିରୋଧ କରି ପୁରୀରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଦଇତାପତି ସେବାୟତ । ନିଯୋଗ ପକ୍ଷରୁ ପ୍ରଥମେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଦଇତାପତି ନିଯୋଗର ସଦସ୍ୟ । ୧୯ ବର୍ଷର ପରମ୍ପରାକୁ ଭଙ୍ଗ କରିଥିବା ଅଭିଯୋଗରେ ଶରଣ ଶ୍ରୀକ୍ଷେତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଶାସ୍ତ୍ରୀୟ ବିଧି ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ସମସ୍ତ ସେବାପୂଜା ହେବା ଉଚିତ ବୋଲି କହିଛି ଦଇତାପତି ନିଯୋଗ । ତେବେ ଯେଉଁ ଅନୁଷ୍ଠାନ ଏଭଳି ପରମ୍ପରା ବିରୋଧୀ ନିଯୋଗ ପକ୍ଷରୁ ପ୍ରଥମେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଦଇତାପତି ନିଯୋଗର ସଦସ୍ୟ । ୧୯ ବର୍ଷର ପରମ୍ପରାକୁ ଭଙ୍ଗ କରିଥିବା ଅଭିଯୋଗରେ ଶରଣ ଶ୍ରୀକ୍ଷେତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।କାମ କରୁଛନ୍ତି ସେମାନଙ୍କ ସହ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଆଗକୁ ଯେପରି ଏଭଳି ଭୁଲ ନହୁଏ ସେଥିପାଇଁ ପ୍ରାନ୍ତୀୟ ସ୍ତରରେ ଏକ କମିଟି ଗଠନ କରି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।