କେକେଙ୍କ ପରଲୋକ : ଓଡ଼ିଶାରେ ଶୋକର ଛାୟା; ଏକ କନସର୍ଟରେ ଗୀତ ଗାଇ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କ ଜିଣିଥିଲେ ମନ

329

କନକ ବ୍ୟୁରୋ : କେକେଙ୍କ ପରଲୋକରେ ଓଡ଼ିଶାରେ ମଧ୍ୟ ଖେଳିଯାଇଛି ଶୋକର ଛାୟା । କଟକରେ ଆୟୋଜିତ ଏକ କନସର୍ଟରେ ଗୀତ ଗାଇ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କ ମନ ଜିଣିଥିଲେ କେକେ । ୨୦୧୯ ନଭେମ୍ବର ୧୮ ତାରିଖରେ କଟକ ବାଲିଯାତ୍ରା ଆସିଥିଲେ କେକେ । ବାଲିଯାତ୍ରାରେ ସେ ଗୀତ ପରିବେଷଣ କରିଥିଲେ ।

ନିଜର ଅନେକ ହିଟ୍ ଗୀତକୁ ଲୋକଙ୍କ ଆଗରେ ପରିବେଷଣ କରିଥିଲେ । ଯାହାକୁ ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ । ଦୀର୍ଘ ଅଢ଼େଇ ବର୍ଷ ପୂର୍ବେ ଆୟୋଜିତ ହୋଇଥିବା ଏହି କନସର୍ଟ ଏବେ କେକେଙ୍କ ବିୟୋଗ ପରେ ପୁଣି ଥରେ ସେହି ମୁହୂର୍ତ୍ତକୁ ମନେ ପକାଇ ଦେଇଛି । ଆଉ କେକେଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ହତବାକ୍ କରିଛି ।