ଏସସିଓ ସମ୍ମିଳନୀରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ : ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କୁ ଆତଙ୍କବାଦର ମୁଖପାତ୍ର କହିଲେ ଭାରତର ବୈଦେଶିକ ମନ୍ତ୍ରୀ

95

କନକ ବ୍ୟୁରୋ : ଏସସିଓ ସମ୍ମିଳନୀରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ଭାରତ ବୈଦେଶିକ ମନ୍ତ୍ରୀ ଆତଙ୍କବାଦ ପ୍ରସଙ୍ଗ ନେଇ ପାକିସ୍ତାନକୁ ଉପରେ ବର୍ଷିଛନ୍ତି । ଭାରତ ଗସ୍ତରେ ଆସିଥିବା ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାୱଲ ଭୁଟୋଙ୍କୁ ଆତଙ୍କବାଦର ମୁଖପାତ୍ର ବୋଲି କହିିଛନ୍ତି । ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବା କହିବା ସହ ସୀମାପାର ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଜୟଶଙ୍କର ।

ସେପଟେ ବିଲାୱଲ ଭୁଟୋ କହିଛନ୍ତି କୁଟନୈତିକ ସ୍ୱାର୍ଥ ସାଧନ ପାଇଁ ଆତଙ୍କବାଦକୁ ଅସ୍ତ୍ର କରିବା ଉଚିତ୍ ନୁହେଁ । ଶୁକ୍ରବାର ଗୋଆରେ ସାଂଘାଇ କପୋରେସନ ସଂଗଠନ ରାଷ୍ଟ୍ରର ବୈଦେଶିକମନ୍ତ୍ରୀ ମନ୍ତ୍ରୀମାନଙ୍କୁ ସ୍ୱାଗତ ଜଣାଇଥିଲା ଭାରତ । କିନ୍ତୁ ଯେତେବେଳେ ପାକିସ୍ତାନ ବୈଦେଶିକମନ୍ତ୍ରୀ ବିଲାୱଲ ଭୁଟୋ ଜର୍ଦାରୀ ମଞ୍ଚରେ ପହଁଚିଥିଲେ ତାଙ୍କ ସହ ହାତ ମିଳାଇବା ବଦଳରେ ଜୟଶଙ୍କର ନମସ୍କାର କହି ସ୍ୱାଗତ କରିଥିଲେ । ଏଠାରେ ଏକ ରୋଚକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା ।

ଏସସିଓ ମଞ୍ଚରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପରୋକ୍ଷରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଏସସିଓ ରାଷ୍ଟ୍ରଙ୍କୁ ଅପିଲ କରିଛି ଭାରତ । ପାକିସ୍ତାନର କୌଣସି ବିଦେଶମନ୍ତ୍ରୀ ୧୨ବର୍ଷ ପରେ ଭାରତଗସ୍ତରେ ଆସିଛନ୍ତି । ସେପଟେ ଚୀନ ବୈଦେଶିକମନ୍ତ୍ରୀ କିନ୍ ଗାଙ୍ଗ ସହ ଜୟଶଙ୍କର ଦ୍ୱିପାକ୍ଷୀକ ଆଲୋଚନା କରି ସୀମା ବିବାଦ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଉଭୟ ପକ୍ଷ ସୀମାରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା ଉପରେ ଜୋର ଦେଇଛନ୍ତି ।