ଆଦିବାସୀ ପିଲାଙ୍କୁ ସ୍କୁଲ ନେଉଛି ଦଦରା ବସ: ୩୩ ସିଟ୍ ବିଶିଷ୍ଟ ବସ୍ ପ୍ରତିଦିନ ଯାଉଛନ୍ତି ପ୍ରାୟ ଦେଢ ଶହ ପିଲା

106

କନକ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯୋରସୋରରେ ଲାଗିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସ୍କୁଲକୁ ଯାଇ ଶିକ୍ଷାର ମାନ ଯାଂଚ କରୁଛନ୍ତି । ଏଇ ନିକଟରେ ଏକ ଘରୋଇ ବସ୍ରେ ପିଲାମାନେ ଠିଆ ହୋଇଯାଉଥିବାର ଦେଖି ରାଗି ଯାଇଥିଲେ ମନ୍ତ୍ରୀ ସମୀର ଦାସ । ସଂପୃକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲେ । କେମିତି ଏଠାରେ ୧୫୦ ପିଲାଙ୍କ ପାଇଁ ରହିଛି ମାତ୍ର ଗୋଟିଏ ଦଦରା ବସ୍ । ପୁଣି ସେହି ବସ୍ର ନାଁ ଅଛି ଇନସ୍ୟୁରାନ୍ସ, ନା ଫିଟନେସ, ନା ରେଜଷ୍ଟ୍ରେସନ ଭାଲିଡ । ରାଜ୍ୟରେ ଏମିତି ଚାଲିଛି ଆଦିବାସୀଙ୍କ ଶିକ୍ଷା ବ୍ୟବସ୍ଥା ।

ପିଲାଙ୍କ ସୁରକ୍ଷା ବ୍ୟବସ୍ଥାର ଦୂରରେ ଥାଉ, ପିଲାମାନେ ସଠିକ ସମୟରେ ବିଦ୍ୟାଳୟକୁ ମଧ୍ୟ ପହଁଚି ପାରୁନାହାନ୍ତି । କାରଣ ଗୋଟିଏ ମାତ୍ର ସ୍କୁଲ ବସରେ ପିଲାଙ୍କୁ ବିଭିନ୍ନ ହେଷ୍ଟଲରେ ଛଡା ଯାଉଛି । ବସରେ ମାତ୍ର ୩୩ଟି ସିଟ୍ ଥିବା ବେଳେ ଗୋଟିଏ ଥରରେ ୧୨୦ରୁ ୧୫୦ ପିଲା ଲଦାଲଦି ହୋଇ ଯାଉଛନ୍ତି । ଓଭରଲୋଡିଂକୁ ଏଡାଇବା ପାଇଁ ରାଜ୍ୟ ପରିବାହନ ବିଭାଗ ବାରମ୍ବାର ତାଗିଦ କରୁଥିଲେ ହେଁ ମାଲକାନଗିରିରେ ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଅନ୍ୱେଷା ଯୋଜନାରେ ଜିଲ୍ଲାର ବିଭିନ୍ନ କୋଣ ଅନୁକେଣରୁ ଅନାଥ ଅସହାୟ ପିଲାଙ୍କୁ ସଦର ମହକୁମାର ବିଭିନ୍ନ ହେଷ୍ଟେଲରେ ରଖାଯାଇଛି । ଆଉ ଏମିତି ଏହି ବସ୍ରେ ଲଦାଲଦି କରି ବିଭିନ୍ନ ସ୍କୁଲକୁ ପଠା ଯାଉଛି ।