ପୁରୀ ବାଣ ବିସ୍ଫୋରଣ ଆହତଙ୍କୁ ଭେଟିଲେ ସମ୍ବିତ ପାତ୍ର: କହିଲେ, ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ମିଳିବା ଦରକାର

225

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଥିବା ସୂଚନା । ଏହାକୁ ନେଇ ମୃତକଙ୍କ ସାହିରେ ଏବେ ଶୋକର ଛାୟା । ସାହିରେ ନା ଚୁଲି ଜଳୁଛି କି ଲୋକଙ୍କ ଆଖିରୁ ଲୁହ ଶୁଖୁଛି ।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଁଚି ଯାଇଥିଲା । ବ୍ୟବସ୍ଥା ଅନୁସାରେ କଟକ, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ବେସରକାରୀ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ଭର୍ତ୍ତି ହୋଇଥିବା ଆହତଙ୍କ ଯତ୍ନ ଡାକ୍ତର ଟିମ୍ ନେଉଛନ୍ତି । ସେମାନଙ୍କ ଜୀବନ ରକ୍ଷା କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି । ପ୍ରଥମ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ଟିମ୍ କହିଛନ୍ତି। ଆମେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛୁ । କିଛି ଆହତଙ୍କ ଅବସ୍ଥା ଗୁରୁତର ନୁହେଁ, ସେମାନଙ୍କର ମଧ୍ୟ ଚିକିତ୍ସା ଚାଲିଛି । ସମ୍ ଅଲଟିମେଟ ଆଇସିୟୁରେ ୩ ଜଣ ଚିକିତ୍ସିତ ହେଉଛନ୍ତି । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ପୁରୀ ସାଂସଦ ତଥା ବିଜେପି ନେତା ସମ୍ବିତ ପାତ୍ର ମେଡିକାଲରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଏହା ସହ ସବୁ ଆହତମାନଙ୍କ ମାଗଣା ପରୀକ୍ଷା କରନ୍ତୁ ବୋଲି କହିଛନ୍ତି। ଆମେ କାଲି ରାତି ସାରା ସବୁ ବ୍ୟବସ୍ଥା କରିଥିଲୁ। ମୁଁ ପାର୍ଥନା କରୁଛି ସମସ୍ତେ କେମିତି ଜଲଦି ଶୀଘ୍ର ହୁଅନ୍ତୁ।

ଯେଉଁମାନେ ଦୋଷୀ ଅଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଉ। ଗୋଟେ ରୁମ୍‌ରେ ବାପା ପୁଅ ଅଛନ୍ତି ତାଙ୍କୁ ଦେଖି ମତେ ବହୁତ ଦୁଃଖ ଲାଗିଲା ବୋଲି ସେ କହିଛନ୍ତି। ରାଜନୀତି ଟିପ୍ପଣୀ ଦେବା ଏବେ ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି। ଏବେ ଯେଭଳି ଆହତଙ୍କ ଜୀବନ ରକ୍ଷା ହେବ ତାକୁ ସମସ୍ତେ ଗୁରୁତ୍ବ ଦେବାର ଆବଶ୍ୟତା ରହିଛି ବୋଲି ସେ କହିଛନ୍ତି।