ଲଦାଖରେ ବାଇକ ଚଲାଇଲେ ରାହୁଲ ଗାନ୍ଧୀ : ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଲେ ଫଟୋ

53

କନକ ବ୍ୟୁରୋ : ଲଦାଖରେ ବାଇକ ଚଲାଇଲେ ରାହୁଲ ଗାନ୍ଧୀ । ବାଇକ ଚଲାଇ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚିଲେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଲେ ଫଟୋ । ଜମ୍ମୁ କାଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କ ପ୍ରଥମ ଲଦାଖ ଗସ୍ତ। ଲଦାଖ ଗସ୍ତରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ କହିଛନ୍ତି, ବିଜେପିର ବୈଚାରିକ ଅଭିଭାବକ ଆରଏସଏସ ‌ସବୁକିଛି ପରିଚାଳନା କରୁଛି । ଆରଏସଏସ ଦେଶର ପ୍ରତି ଅନୁଷ୍ଠାନରେ ଏହାର ଲୋକଙ୍କୁ ରଖିଛି ଏବଂ ସବୁକିଛି ଆରଏସଏସ ଦ୍ବାରା ପରିଚାଳିତ ହେଉଛି । ରାହୁଲ କହିଛନ୍ତି, ଏପରିକି କେନ୍ଦ୍ର ସରକାରରେ କୌଣସି ମନ୍ତ୍ରୀଙ୍କୁ ବି ପ୍ରଶ୍ନ କର ସେମାନେ ମଧ୍ୟ ଆପଣଙ୍କୁ କହିବେ ଯେ ସେମାନେ ବାସ୍ତବରେ ମନ୍ତ୍ରାଳୟ ପରିଚାଳନା କରୁନାହାନ୍ତି ।

ରାହୁଲ ଲଦାଖର ପାଙ୍ଗଙ୍ଗ ଲେକ୍‌ ଅଞ୍ଚଳରେ ବାଇକ୍‌ ରାଇଡ୍‌ କରିଛନ୍ତି । ଅଗଷ୍ଟ ୨୦ ତାରିଖରେ ସେ ଲଦାଖରେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳନ କରିବେ । ରାହୁଲଙ୍କୁ ଆଜି କେଟିଏମ୍‌ ୩୯୦ ଆଡଭେନଚର ବାଇକ୍‌ ଚଳାଉଥିବା ଦେଖିବାକୁ ମିଳିଛି । ରାହୁଲ ହେଲମେଟ୍‌, ଗ୍ଲୋବ୍‌ସ, ବୁଟ୍‌ ଏବଂ ଜାକେଟ୍‌ ପିନ୍ଧି ଲଦାଖର ପାର୍ବତ୍ୟାଞ୍ଚଳରେ ବାଇକ୍‌ ଚଳାଇବାକୁ ଉପଭୋଗ କରିଛନ୍ତି ।