ମୋଦୀଙ୍କ ଉପରେ ରାହୁଲଙ୍କ ବଡ ଆରୋପ । କହିଲେ, ଏହି କାରଣ ପାଇଁ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି ପ୍ରଧାନମନ୍ତ୍ରୀ…

227

କନକ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଗୁରୁବାର ରାହୁଲ ଗାନ୍ଧୀଙ୍କ କିଛି ଭିଡିଓ ଜାରି କରାଯାଇଥିବାବେଳେ, ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ଦେଶର ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି? ଏହା ଏଥିପାଇଁ ହେଉଛି କାହିଁକି ନା, ନରେନ୍ଦ୍ର ମୋଦୀ ହେଉଛନ୍ତି ଆରଏସଏସର କିଛି ଲୋକଙ୍କ ପ୍ରଧାନମନ୍ତ୍ରୀ । ତାଙ୍କର ମଣିପୁର ସହିତ କୌଣସି ନେଣଦେଣ ନାହିଁ ।

ଆଉ ଏକ ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ, ବିଜେପି-ଆରଏସଏସ୍ କେବଳ ସତ୍ତା ଚାହାଁନ୍ତି । ସତ୍ତା ପାଇବାକୁ ସେ କିଛି ବି କରନ୍ତି । ତେଣୁ ସତ୍ତା ହାସଲ କରିବାକୁ ସେ ମଣିପୁରକୁ ଜାଳିଦେବେ, ସାରା ଦେଶକୁ ଜାଳିଦେବେ । ଦେଶର ଦୁଃଖ, କଷ୍ଠ ସେମାନଙ୍କ ଉପରେ କିଛି ବି ଫରକ୍ ପକାଏନି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସୂଚନାଯୋଗ୍ୟ ଯେ, ବିରୋଧୀ ମେଣ୍ଟ ଇଣ୍ଡିଆର ଏକ ସାଂସଦ ଟିମ୍ ଆସନ୍ତା ଜୁଲାଇ ୨୯ ଓ ୩୦ ତାରିଖରେ ମଣିପୁର ଗସ୍ତରେ ଯିବ । ଅନ୍ୟପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ପାଇଁ ବିରୋଧୀ ଦଳ କେନ୍ଦ୍ର ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି । ବାଚସ୍ପତି ଓମ ବିର୍ଲା ମଧ୍ୟ ଏହାକୁ ସ୍ୱୀକାର କରିନେଇଛନ୍ତି । ମଣିପୁର ପ୍ରସଙ୍ଗରେ ସଂସଦରେ ଲଗାତାର ହଙ୍ଗାମା ଦେଖିବାକୁ ମିଳୁଛି ।