ହାଥରସରେ ବିରୋଧୀଦଳ ନେତା। ପୀଡିତ ଓ ମୃତକଙ୍କ ସର୍ମ୍ପକୀୟଙ୍କୁ ଭେଟିଲେ ରାହୁଲ ଗାନ୍ଧୀ । ଘଟଣା ପାଇଁ ସ୍ଥାନୀୟ ପ୍ରଶାସନକୁ କଲେ ଦାୟୀ

120

କନକ ବ୍ୟୁରୋ : ଉତ୍ତରପ୍ରଦେଶ ହାଥରସ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଦଳଚକଟାରେ ଯାଇଛି ଶତାଧିକ ଜୀବନ । ଗୋଟେ ପଟେ ଘଟଣାରେ ମୃତ୍ୟୁବରଣ କରିଥିବା ଓ ପୀଡିତଙ୍କ ଘରେ ଶୋକର ଛାୟା ଖେଳିଯାଇଥିବାବେଳେ, ସେପଟେ ଆଜି ହାଥରସରେ ପହଞ୍ଚିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ।

  • ହାଥରସ ଦଳାଚକଟା ଘଟଣା
  • ହାଥରସରେ ପହଁଚିଲେ ରାହୁଲ ଗାନ୍ଧି
  • ମୃତକ ଓ ପୀଡ଼ିତଙ୍କ ପରିବାରକୁ ଭେଟିଲେ

ଶୁକ୍ରବାର ସକାଳୁ ସେହି ସ୍ଥାନରେ ପହଁଚିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଯେଉଁ ସ୍ଥାନରେ କିଛି ଦିନ ପୂର୍ବରୁ ଘଟିଛି ଭୟଙ୍କର ଦଳାଚକଟା ଘଟଣା । ଆଜି ହାତରସର ଏବଂ ଅଲ୍ଲୀଗଡରେ ପହଞ୍ଚି ପୀଡିତ ଓ ମୃତକଙ୍କ ପରିବାରକୁ ଭେଟିଛନ୍ତି ରାହୁଲ । ଧର୍ଯ୍ୟର ସହ ପୀଡିତଙ୍କ ମୁହଁରୁ ଲୋମଟାଙ୍କୁରା କଥା ଶୁଣିବା ସହ ସେମାନଙ୍କୁ ଆଶ୍ବାସନା ଓ ସମବେଦନା ଜଣାଇଥିଲେ ରାହୁଲ । ଭେଟିବା ପରେ ରାହୁଲ କହିଛନ୍ତି ଏହି ସମ୍ବେସନଶୀଳ ପ୍ରସଙ୍ଗ ସଂସଦରେ ଉଠାଇବେ ଓ ନ୍ୟାୟ ଦେବେ ।

ତେବେ ପାଖରେ କଂଗ୍ରେସ ନେତାଙ୍କୁ ପାଖରେ ଦେଖି କିଏ ନିଜ କୋହ ସମ୍ଭାଳିପାରିନି ତ ପୁଣି କିଏ ନ୍ୟାୟ ପାଇଁ ଦାବି କରିଛି । ସେପଟେ କଂଗ୍ରେସ କହିଛି ଜନତାଙ୍କ ଦୁଖ ବୁଝିବାକୁ ଦଳ ସବୁବେଳେ ପ୍ରତିଶ୍ରୁତିବଦ୍ଧ କିନ୍ତୁ ବିଜେପି ଏହାକୁ ରାଜନୀତିର ନାଁ ଦେଉଛି ବୋଲି କହିଛନ୍ତି କଂଗ୍ରେସ ନେତା।

ସୂଚନାଯୋଗ୍ୟ ଯେ, ହାଥରସ ଦଳାଚକଟା ମାମଲାରେ ୧୨୧ରୁ ଅଧିକ ନିରୀହ ଲୋକଙ୍କ ମୃତ୍ୟୁ ହୋଇଛି । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଛି ଏସଆଇଟି ରିପୋର୍ଟ । ଶୁକ୍ରବାର ଲକ୍ଷ୍ନୌ ଏଡିଜେ ଓ ଏଆଇଟି ତଦନ୍ତ ଟିମର ରିପୋର୍ଟ ପ୍ରଦାନ କରିଛନ୍ତି । ଆଗ୍ରା ଏଡିଜେ ଓ ଅଲୀଗଡ କମିଶନରଙ୍କ ନେତୃତ୍ବରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ।୧୫ ପୃଷ୍ଠା ରିପୋର୍ଟରେ ୧୦୦ଜଣ ବୟାନ ରେକର୍ଡ କରାଯାଇଛି । ଏସଆଇଟି ଟିମ ଗ୍ରାଉଣ୍ଡ ଜିରୋରେ ପହଁଚି ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।