ଫସଲ ଉଜାଡ଼ିଲା ଲଘୁଚାପ ବର୍ଷା : ବିକଳରେ ତୋଳି ଆଣି ଶସ୍ତାରେ ବିକୁଛନ୍ତି ଚାଷୀ; କଖାରୁ କିଲୋ ୪ଟଙ୍କା

491

କନକ ବ୍ୟୁରୋ : ବାଙ୍କୀରେ ପରିବା ଚାଷ ଉଜାଡ଼ି ଦେଲା ଲଘୁଚାପ ବର୍ଷା । ୨ ଦିନ ହେବ ଲଗାଣ ବର୍ଷା ଯୋଗୁଁ ପରିବା ଫସଲରେ ପାଣି ମାଡ଼ିଯାଇଛି । ପରିବା ନଷ୍ଟ ହୋଇଯିବା ଆଶଙ୍କାରେ ୪ ଟଙ୍କାରେ କଖାରୁ ବିକ୍ରି କରିଦେଲେ ଚାଷୀ । ଶିମିଳିପୁର, କୁଶପଙ୍ଗି ଓ ପାଥପୁର ଅଞ୍ଚଳରେ ଅଧିକ ପରିମାଣର କଖାରୁ ଚାଷ ହୋଇଥାଏ । କଖାରୁ ପଚି ଶଢ଼ି ନଷ୍ଟ ହୋଇଯିବା ଭୟରେ ତୋଳି ଆଣିଛନ୍ତି ଚାଷୀ । ସେହି କଖାରୁ ଅଧିକ ଦିନ ରଖିବା ସମ୍ଭବ ହୋଇନଥିବା ବେଳେ ଚାଷୀମାନେ ବାଧ୍ୟ ହୋଇ ୪ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।