ଫେକର ପରିସରରେ ବଢିଲା ୧୪୪ ଧାରା ଅବଧି : ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବଢିଲା କଟକଣା

162

କନକ ବ୍ୟୁରୋ : ଭଦ୍ରକ ଫେକର କମ୍ପାନୀ ପରିସରରେ ଲାଗିଥିବା ୧୪୪ ଧାରା ବୃଦ୍ଧି କରାଯାଇଛି । ଆସନ୍ତା ୧୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ନିଆଁରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର ହେବା ପରେ ୧୪୪ ଧାରା ଲାଗିଛି । ଶ୍ରମିକ ଗୁରୁତର ହେବାକୁ ନେଇ ରାନ୍ଦିଆ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କମ୍ପାନୀର ୨୦୦ ମିଟର ପରିସର ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆ ବେଦାନ୍ତ ଫେକର ପାୱାର ପ୍ଲାଣ୍ଟରେ ଅଘଟଣ ଘଟିଥିଲା । ଫର୍ନେସରେ କାମ କରୁଥିବା ବେଳେ ନିଆଁରେ ପୋଡି ହୋଇ ୨ ଜଣ କାର୍ଯ୍ୟରତ ଶ୍ରମିକ ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଇଥିଲା । ଗୁରୁତର ଦୁଇ ଶ୍ରମିକ ହେଲେ ରାନ୍ଦିଆ କୁରଂଟ ଗାଁର ପୂର୍ଣ୍ଣଚନ୍ଦ୍ର ସୁତାର ଓ ରାନ୍ଦି ଗାଁର ବିଜୟ ବେହେରା ।