ବଣ୍ଡାଘାଟିରୁ ରାଇସିନା ହିଲ୍ : ରାଷ୍ଟ୍ରପତିଙ୍କୁ ଭେଟିଲେ ମାଲକାନଗିରିର ଆଦିମ ଜନଜାତି

174

କନକ ବ୍ୟୁରୋ : ବଣ୍ଡାଘାଟିରୁ ରାଇସିନା ହିଲ୍ । ଘାଟିର ଆଦିମ ଜନଜାତିର ଲୋକଙ୍କ ସହ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଲକାନଗିରିି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଘାଟିରୁ ୧୭ ଜଣ ଓ ଡିଦାୟୀ ସଂସ୍ଥାରୁ ୨୦ ଜଣ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନ ପରିଦର୍ଶନ କରି ଫେରିଛନ୍ତି । ଜନଜାତିଙ୍କ ଆବାସସ୍ଥଳୀରୁ ନେଇ ଅଞ୍ଚଳର ବିକାଶ କଥା ସହ ସେମାନଙ୍କ ଜୀବନ ଶୈଳୀ ନେଇ ଆଲୋଚନା କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ପାଖରେ ଦେଖି ତାଙ୍କ ସହ ଆଲୋଚନା କରିବା ପରେ ବେଶ ଖୁସି ହୋଇଛନ୍ତି ।