ଖୋର୍ଦ୍ଧାକୁ ବୁଡ଼ାଇ ଦେବ କି ବନ୍ୟା ? ଯୁଆଡ଼େ ଦେଖିବ ଖାଲି ଗୋଳିଆ ପାଣି ହିଁ ଦିଶୁଛି

114

କନକ ବ୍ୟୁରୋ : ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ମହାନଦୀରେ ବନ୍ୟା ଜଳ କମୁଥିବାବେଳେ ଏହାର ଶାଖା ନଦୀ ଦୟା, ରାଜୁଆ, ଋଚ୍ଚ ନଦୀରେ କିନ୍ତୁ ବନ୍ୟା ବଢୁଠି । ବିଶେଷ କରି ତିରିମାଲଠାରେ ଘାଇ ଫଳରେ ଆହୁରି ଅନେକ ଗାଁ ପ୍ରଭାବିତ ହୋଇଛି । କୁରୁମପଡା, ସରଧାପୁର, ଧବଲପୁର, ଧଳପୁର, ବଳପୁର, ଓରମୀ, ମାନପୁରର ସ୍ଥିତି ଏବେ ବେହାଲ ହୋଇ ପଡିଛି । ଲୋକେ ଏବେ ବି ପାଣି ଘେରରେ ଅଛନ୍ତି । ଘରେ ଏବେ ବନ୍ୟା ପାଣି ଜମି ରହିଛି । ସଠାଘାଟରେ ଚାଲିଛି ବନ୍ୟା ପାଣି । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।