ବରକୁ ଉଠାଇ ନେଲା ପୋଲିସ୍ : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ପରେ ଅନ୍ୟତ୍ର କରୁଥିଲେ ବିବାହ

308

କନକ ବ୍ୟୁରୋ : ବାହାଘର ପାଇଁ ସଜେଇ ହୋଇଥିଲା ବାହାବେଦି । ସବୁ ପ୍ରସ୍ତୁତି ସରିଥିଲା । ବର ଓ ବରଯାତ୍ରୀ ବି ପହଞ୍ଚି ସାରିଥିଲେ । କିଛି ସମୟ ପରେ ରୀତି ନୀତି ଭିତରେ ବର କନ୍ୟାଙ୍କ ହାତଗଣ୍ଠି ବି ପଡ଼ିଥାନ୍ତା ଓ ବିବାହ ସମ୍ପନ୍ନ ହୋଇଥାନ୍ତା । ହେଲେ ହଠାତ୍ ପହଞ୍ଚିଲା ପୋଲିସ୍ ଟିମ୍ ଓ ବରକୁ ଉଠାଇ ନେଇଗଲା । ବରକୁ ନେଇ ଯାଉଥିବା ବେଳର ଏ ହେଉଛି ଦୃଶ୍ୟ । ବର ନାଁରେ ପୂର୍ବରୁ ଦୁଷ୍କର୍ମ ଅଭିଯୋଗ ରହିଥିଲା, ଆଉ ସେହି ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ୍ ।

ବରଗଡ଼ ଜିଲ୍ଲା ଭଟଲି ଥାନା ବେହେରା ପାଲି ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅଜିତ କୁମାର ଭୋଇ ଭୁବନେଶ୍ୱର ଓଏସଆରଟିସିରେ ଜେଇ ଅଛନ୍ତି । ଦୁଇ ବର୍ଷ ତଳେ ତାଙ୍କର ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଅନ୍ୟତ୍ର ବାହା ହେବାକୁ ସ୍ଥିର କରିଥିଲେ । ଏହା ପରେ ଯୁବତୀ ଜଣକ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲା । ଏହି ଅନୁସାରେ କମିଶନରେଟ ପୋଲିସ୍ ଅଜିତଙ୍କୁ ଗିରଫ କରିଛି ।