ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଓଡିଶା କଂଗ୍ରେସକୁ ମୋଦୀଙ୍କ କଟାକ୍ଷ : ଦୀର୍ଘ ୨୮ ବର୍ଷ ହେଲା କ୍ଷମତାରୁ ଦୂରେଇ ଦେଇଛନ୍ତି ଜନତା

281

କନକ ବ୍ୟୁରୋ : ଲୋକସଭାରେ କେନ୍ଦ୍ର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ଓ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି ନରେନ୍ଦ୍ର ମୋଦୀ । ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଅହଂକାରରେ ଭରି ରହିଛି । ସେ କହିଥିଲେ, ଓଡିଶାରେ କଂଗ୍ରେସ ଉପରେ ଲୋକଙ୍କ ଆଉ ବିଶ୍ୱାସ ନାହିଁ । ଓଡିଶା ସହ ତାମିଲନାଡୁ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ୟୁପି ଓ ବିହାରରେ ବି କଂଗ୍ରେସ ଉପରେ ଲୋକଙ୍କ ଆଉ ଭରସା ନାହିଁ ।

ଓଡ଼ିଶାରେ କଂଗ୍ରେସ ଗତ ୨୮ ବର୍ଷ ହେଲା ବିଜୟୀ ହୋଇନାହିଁ । ଶେଷ ଥର ପାଇଁ କଂଗ୍ରେସ ଓଡ଼ିଶାରେ ୧୯୯୫ ମସିହାରେ ବିଜୟ ସ୍ବାଦ ଚାଖିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।୨୦୨୪ରେ ଏନଡିଏ ପୁଣି କ୍ଷମତାକୁ ଆସିବ । ଏଥିସହ ୨୦୨୮ରେ ପୁଣି ଥରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପ୍ରସ୍ତୁତ ରହିବାକୁ ବିରୋଧୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସକୁ ସମାଲୋଚନା କଲାବେଳେ ମୋଦୀ ଓଡିଶାର ଉଦାହରଣ ବି ଦେଇଥିଲେ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ କଡ଼ା ଭାଷ‌ାରେ ସମା‌ଲୋଚନା କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସାଂସଦମାନେ ନିଜ ନିଜ ଆସନରେ ଠିଆ ହୋଇ ହାତରେ ପ୍ଲାକାର୍ଡ ଧରି ପ୍ରବଳ ହୋହଲ୍ଲା ସହିତ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା ।