ଆଜି ସନ୍ଧ୍ୟାରେ ପିକ୍ ଫ୍ଲଡ୍ । ପ୍ରଥମ ବନ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

232

କନକ ବ୍ୟୁରୋ : ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଆଜି ସଂଧ୍ୟାରେ ପିକ୍ ଫ୍ଲଡ୍ ହେବା ନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଏସଆରସି । ସେ କହିଛନ୍ତି, ହୀରାକୁଦରେ ଜଳସ୍ତର ବଢିଛି । ୩ଟା ବେଳେ ନିସ୍ପତ୍ତି ନିଆଯିବ କେତୋଟି ଗେଟ୍ ଖୋଲାଯିବ ଏବଂ କେତେ ପାଣି ନିସ୍କାସିତ ହେବ । ପ୍ରେସମିଟ୍ ଜରିଆରେ ଏସଆରସି ଆହୁରି ମଧ୍ୟ କହିଛନ୍ତି କି ପ୍ରଥମ ବନ୍ୟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଆସନ୍ତା ୪୮ ଘଣ୍ଟା ବନ୍ୟା ସ୍ଥିତି ଉପରେ ନଜର ରହିବ । କାରଣ ଆସନ୍ତା ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ନଦୀକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ମଧ୍ୟ ଏସଆରସି ଅନୁରୋଧ କରିଛନ୍ତି । ଯେହେତୁ ବନ୍ୟା ସ୍ଥିତି ଉପୁଜିବାର ଆଶଂକା ବଢୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ତଳି ଅଞ୍ଚଳ ଓ ନଦୀକୂଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା ।