ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ : ବର୍ଷା ବେଳେ ଅଫିସରଙ୍କଠୁ ଛଡାଇନେଲେ ଛତା; ଭିଡିଓ ଭାଇରାଲ

245

କନକ ବ୍ୟୁରୋ : ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ । କୌଣସି ଭଲ କାର୍ଯ୍ୟ କରି ନୁହେଁ ବଂର ତାଙ୍କର ଜଣେ ଅଫିସରଙ୍କ ଠାରୁ ଛତା ଛଡାଇ ନେଇ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଯାହାର ଭିଡିଓ ସାମ୍ନାକୁ ଆସିଛି । ବର୍ଷା ହେଉଥିବା ବେଳେ ପାକିସ୍ଥାନ ଅଫିସର ସେହେବାଜ ସରିଫଙ୍କୁ ଛତା ଦେଖାଉଥିଲେ । ହେଲେ ଏହି ସମୟରେ ଛତା ଦେଖାଇବାରେ ଟିକେ ଭୁଲ ହେବାରୁ ତାଙ୍କଠୁ ଛତା ଛଡାଇନେଉଛନ୍ତି ସେହବାଜ ସରିଫ ।

ନିଜେ ଛତା ଧରି ଏକାକୀ ପଳାଇଯାଉଥିବା ବେଳେ ଅଫିସର ଜଣଙ୍କ ଓଦା ହୋଇ ଆସୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଇଂଟରନେଟରେ ଭାଇରାଲ ହେଉଛି । ଏଭଳି ଆଚରଣ ପାଇଁ ସୋସିଆଲ ମିଡିଆ ବ୍ୟବହାରକରି ସେହବାଜ ସରିଫଙ୍କୁ ଗାଳି ଦେଉଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ପ୍ୟାରିସରେ ଅନୁଷ୍ଠିତ ଦୁଇ ଦିନିଆ ବିଶ୍ୱ ଅର୍ଥନୈତିକ ଚୁକ୍ତିରେ ଯୋଗଦେବାକୁ ଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀରେ ପାକିସ୍ତାନକୁ ଋଣ ମିଳିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ।